ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆଜିଠୁ ପୁରୀର ସାକ୍ଷୀଗୋପାଳର ମନ୍ଦିରରେ ୧୪୪ ଧାରା ଲାଗୁ ହୋଇଛି ।କାର୍ତ୍ତିକ ମାସ ଓ ଅଳାଁ ନବମୀକୁ ଦୃଷ୍ଟିରେ ରଖାଯାଇ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି ।ଆଜିଠାରୁ ୨୫ ତାରିଖ ଯାଏଁ ଏହି କଟକଣା ଜାରି ରହିବ । ଅଳାଁ ନବମୀ ଠାରୁ ବଡ ଏକାଦଶୀ ଯାଏଁ ଜନସାଧାରଣ ଏଠାକୁ ଆସିବାକୁ ବାରଣ କରାଯାଇଛି ।
ପ୍ରତିବର୍ଷ କାର୍ତ୍ତିକ ମାସର ଏକାଦଶୀରେ ଏଠାରେ ଶ୍ରଦ୍ଧାଳୁମାନଙ୍କ ଭିଡ ଜମିଥାଏ ।ଏବର୍ଷ ସାକ୍ଷୀଗୋପାଳର ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କୁ ପୁଜାର୍ଚ୍ଚନା ପାଇଁ ଅନୁମତି ଦିଆଯିବନାହିଁ ।କେବଳ ନୀତିକାନ୍ତି ପାଇଁ ସେବାୟତମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ । କରୋନା କଟକଣାକୁ ଦୃଷ୍ଟିରେ ରଖାଯାଇ ଏଭଳି ନିଷ୍ପତି ନିଆଯାଇଛି ।