ସନଷ୍ଟାର ଟିଭି ବ୍ୟୁରୋ
ଗଞ୍ଜାମ: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଗଞ୍ଜାମରେ ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଗଞ୍ଜାମ ଜିଲ୍ଲା ପାଇଁ ନୂଆ ନିୟମ ଆଣିଛନ୍ତି । ଏଣିକି ବିବାହ ଉତ୍ସବ ଆୟୋଜନ କଲେ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ କରାଯିବ । ଏପରିକି ପଜିଟିଭ୍ ଆସିଲେ ହିଁ ବିବାହ ଉତ୍ସବ ପାଇଁ ଅନୁମତି ଦିଆଯିବ । ବିବାହ ଆୟୋଜନ କରୁଥିବା ପରିବାର ସଦସ୍ୟଙ୍କ ଆଂଟିଜେନ ଟେଷ୍ଟ କରିବା ସହ ପଜିଟିଭ ଚିହ୍ନଟ ହେଲେ ବିବାହ ଆୟୋଜନ ପାଇଁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସେହିପରି ବିବାହ ବେଳେ କୋଭିଡ ଗାଇଡଲାଇନକୁ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତବନି ଦେଇଛନ୍ତି ଜିଲ୍ଲାପାଳ ।
ତେବେ ପୂର୍ବରୁ ରାଜ୍ୟ ସରକାର କରୋନା ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଲକଡାଉନ ଓ ସଟଡାଉନ ଜାରି କରିଛନ୍ତି । ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ନିୟମ ରହିଛି ।