ସନଷ୍ଟାର ଟିଭି ବ୍ୟୁରୋ
ହାଇଦ୍ରାବାଦ: ପ୍ରଥମ ବିଦେଶୀ ଟିକା ଭାବରେ ଭାରତରେ ବ୍ୟବହାର ହେବାକୁ ଯାଉଥିବା ଋଷୀୟ କୋଭିଡ୍ ଭ୍ୟାକସିନ୍ ସ୍ପୁଟନିକ୍ ଭି ର ଦ୍ୱିତୀୟ ବ୍ୟାଚ ଟିକା ଭାରତର ହାଇଦ୍ରାବାଦରେ ପହଞ୍ଚିଛି । କରୋନା ମହାମାରୀ ବିରୁଦ୍ଧରେ ଭାରତର ଲଢେଇକୁ ଆନ୍ତର୍ଜାତୀୟ ସ୍ତରର ଏକ ପ୍ରଭାବଶାଳୀ ମଡେଲ୍ ବୋଲି କହିଛନ୍ତି ଋଷର ରାଷ୍ଟ୍ରଦୂତ ନିକୋଲାଇ କୁଦାଶେଭ୍ । ସେ ଆଉ ମଧ୍ୟ କହିଛନ୍ତି ଯେ, ଏହି ମହାମାରୀ ବିରୁଦ୍ଧରେ ଭାରତ ଓ ଋଷ ମିଳିତ ହୋଇ ଲଢେଇ କରୁଛନ୍ତି ଓ ଏହା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ।
ତେବେ ଭାରତରେ ସ୍ପୁଟନିକ ଭି ପହଞ୍ଚିବା ପରେ ଏହା ଖୁବ୍ ଶୀଘ୍ର ଲୋକମାନଙ୍କୁ ଦିଆଯିବ । ଏଥିପାଇଁ କୋଓ୍ୱିନ ଆପରେ ମଧ୍ୟ ଏହାର ଏହା ଉପଲବ୍ଧ ହେଲାଣି । ପୂର୍ବରୁ କୋୱିନ ୱେବସାଇଟରେ କେବଳ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଆବେଦନର ବ୍ୟବସ୍ଥା ଥିବା ବେଳେ ଏବେ ଏଥିରେ ଯୋଡି ହୋଇଛି ସ୍ପୁଟନିକ ଭି । ଏହି ଟିକା ଜୁନ୍ ମଧ୍ୟ ଆଡକୁ ଟିକା କେନ୍ଦ୍ରରେ ଉପଲବ୍ଧ ହୋଇପାରିବ । ଭାରତରେ ପ୍ରଥମେ ୩୫ସହରରେ ଏହି ଟିକା ଉପଲବ୍ଧ ହେବ ।