ସନ୍ଷ୍ଟାର ଟିଭି ବ୍ୟୁରୋ
ଏଥର ୫-ଟି ଅଧିନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ମାନଙ୍କ ସୁବିଧା ପାଇଁ ଅନ୍ଲାଇନରେ ମିଳିବ ୧୧ ପ୍ରକାର ସେବା । ଭିଡିଓ କନ୍ଫରେନେସ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ହେଉଛି ଆମ ଅର୍ଥନୀତିର ବିକାଶର ଆଧାର । ଏହି କ୍ଷେତ୍ରରେ ହିଁ ଅଧିକ ଲୋକ କର୍ମନିଯୁକ୍ତି ପାଇଥାନ୍ତି ।
ତେଣୁ ଏହି ସବୁ ଶିଳ୍ପଗୁଡିକର ପୂର୍ଣ୍ଣ କ୍ଷମତାର ଉପଯୋଗ ପାଇଁ ରାଜ୍ୟ ସରକାର ଏକ ସହାୟକ ବାତାବରଣ ସୃଷ୍ଟି କରିବା ସହିତ ସବୁ ପ୍ରକାର ସହଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଙ୍କର ସ୍ୱଚ୍ଛ ନୀତି ଓ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଦ୍ୱାରା ଆଜି ବିଭିନ୍ନ କ୍ଷେତ୍ରରେ ପରିବର୍ତନ ଆସିଛି ଏବଂ କରୋନା ମହାମାରୀ ସତ୍ୱେ ଓଡିଶାରେ ଗତ ୧୦ ମାସରେ ୧ ଲକ୍ଷ ୧୭ ହଜାର କୋଟି ଟଙ୍କାର ପୁଂଜି ଆଣିବାରେ ରାଜ୍ୟ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।