ସନଷ୍ଟାର ଟିଭି ବ୍ୟୁରୋ
ହାଇଦ୍ରାବାଦ୍ : ଋଷ ଜ୍ଞାନ କୌଶଳରେ ନିର୍ମିତ କୋଭିଡ୍ ଟିକା ସ୍ପୁଟନିକ-ଭି ଭାରତରେ ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଛି । ତେବେ ଏହାର ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ଭାରତୀୟ ମୂଲ୍ୟ ହିସାବରେ ଏହାର ଦର 948 ଟଙ୍କା ରହିଛି । । ଏହା ସହ ପ୍ରତି ଡୋଜ୍ ଉପରେ 5 ପ୍ରତିଶତ ଜିଏସଟି ଦେବାକୁ ପଡିବ । ତେବେ ଡକ୍ଟର ରେଡ୍ଡି ଲାବରୋଟେରୀ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଜିଏସଟିକୁ ମିଶାଇଲେ ପାଖାପାଖି 1000 ଟଙ୍କା ଦେବାକୁ ପଡିବ । ତେବେ ଆଗକୁ ଦାମରେ କମିବାରେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଡଃ. ରେଡ୍ଡି ଲାବରେ ଏହି ଟିକାର ଲଞ୍ଚ କରାଯାଇଛି ଓ ଭାରତରେ ଏହାର ପ୍ରଥମ ଡୋଜ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି । ତେବେ ସେହି ବ୍ୟକ୍ତି ଜଣକ ରେଡ୍ଡିଜ୍ ଲ୍ୟାବ୍ ର କଷ୍ଟମ ଫାର୍ମା ସର୍ଭିସେସର ଗ୍ଲୋବାଲ୍ ହେଡ୍ ଦୀପକ ସାପରା ବୋଲି ଜଣା ପଡିଛି । ତେବେ ଏହାକୁ ନେଇ ସ୍ପୁଟନିକ ଭି ଟ୍ୱିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି ।