ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଶ୍ରୀମନ୍ଦିର ନୀଳଚକ୍ର ବାନାରେ ଶୂନ୍ୟରେ ପଡିଲା ଗଣ୍ଠି । ଗତକାଲି କାଳବୈଶାଖୀ ସମୟରେ ପ୍ରବଳ ବର୍ଷା ପବନରେ ପତିତପାବନ ଧ୍ୱଜା ନଇଁ ପଡିବାର ଦେଖାଯାଇଥିଲା । ଯେତେବେଳେ ଏହାକୁ ପରିବର୍ତ୍ତନ କରିବାକୁ ସେବକ ଶ୍ରୀମନ୍ଦିର ଚୂଡାକୁ ଚଢିଥିଲେ ଶୂନ୍ୟରେ ବାନା ଗୁଡାଇ ହୋଇ ଗଣ୍ଠି ପଡ଼ିଥିବା ଦେଖିବାକୁ ପାଇଥିଲେ। ଯାହାକି ଅତ୍ୟନ୍ତ ବିରଳ ଘଟଣା ବୋଲି ସେ କହିଛନ୍ତି।
ତେବେ ଚୂଡାରେ ଲାଗିଥିବା ୧୪ ହାତିଆ ବାନାରେ ବହୁତ ବର୍ଷ ପରେ ଏହି ଗଣ୍ଠି ପଡିଥିବା କଥା ସେ କହିଛନ୍ତି । ଶ୍ରୀମନ୍ଦିର ଚୂଡ଼ାରେ ପତିତପାବନ ଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇ ଗଣ୍ଠି ପଡ଼ିଥାନ୍ତି । ପ୍ରବଳ ପବନ କିମ୍ବା ଝଡ଼ବର୍ଷା ହେଲେ ଅତ୍ୟଧିକ ବାନା ଯଦି ନୀଳଚକ୍ରରେ ବନ୍ଧା ଯାଇଥାଏ, ସେମାନେ ପରସ୍ପର ମଧ୍ୟରେ ଛନ୍ଦି ହୋଇ ଗଣ୍ଠି ପଡ଼ିଯାଏ । ପ୍ରାକୃତିକ ଉପାୟରେ ଏହି ଗଣ୍ଠି ପଡ଼ିଥାଏ। ଏହି ଗଣ୍ଠିକୁ ସାଧାରଣତଃ କେହି ଖୋଲିବାକୁ ସକ୍ଷମ ହୋଇନଥାନ୍ତି । ଏହି ଗଣ୍ଠିକୁ ଖୋଲିବା କଷ୍ଟକର ହୋଇଥାଏ । ଏପରିକି ଏହି ଗଣ୍ଠିକୁ ଛୁରୀ କାଟିଲେ ମଧ୍ୟ ଏହା ଖୋଲିବ ନାହିଁ ବୋଲି ସେବକ କହିଛନ୍ତି ।