ସନଷ୍ଟାର ଟିଭି ବ୍ୟୁରୋ
ମାଲକାନଗିରି : କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡିଶା ପଡୋଶୀ ରାଜ୍ୟ ଗୁଡିକରୁ ଯେପରି କେହି ବିନା ଚେକିଂରେ ପ୍ରବେଶ ନକରି ପାରନ୍ତି ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ତେବେ ଯେଉଁମାନେ ବାହାର ରାଜ୍ୟରୁ ଆସିବେ ସେମାନେ ଅନୁମତି ନେଇ ଆସିବେ ଓ ଆସିବା ପରେ କ୍ୱାରେଣ୍ଟାଇନରେ ରହିବା ନିୟମ କରିଛନ୍ତି ରାଜ୍ୟ ସରକାର । ତେବେ ଏହି ନିୟମକୁ କଡା ଚାଲେଞ୍ଜ କରି ଜବରଦସ୍ତି ଓଡିଶା ଭିତରକୁ ପଶି ଆସିବାକୁ ଉଦ୍ୟମ କରିଛନ୍ତି ଜଣେ ଅମାନିଆ ଲୋକ ।
ତେବେ ଏପରି ଦେଖାଯାଇଛି ମାଲକାନଗିରି ଜିଲ୍ଲାରେ । ଆନ୍ଧ୍ରପ୍ରଦେଶର ଚିନ୍ତୁର ଠାରେ ପୁଲିସ ଉପରକୁ ଗାଡି ମଡ଼ାଇ ଓଡ଼ିଶା ଭିତରକୁ ପ୍ରବେଶ କରି ଥିଲା ଅମାନିଆ ସ୍କପିଓ । ପ୍ରଥମେ ମୋଟୁ ବର୍ଡର ଚେକ ପଏଂଟ, ପରେ ଏମଭି ୬୭ ଓ ପଡ଼ିଆ ଥାନା ଚେକପୋଷ୍ଟ ଭାଙ୍ଗି ପୁଣି ଛତିଶଗଡ଼ ପହଂଚି ଯାଇଥିଲା ଏହି ସ୍କପିଓ କାର । ଛତିଶଗଡ଼ ଠାରେ ଦୋର୍ନପାଲ, ଇଂଜରାମ, ଏରାବେରା ପରି ୯ଟି ଚେକ ପୋଷ୍ଟ ଭାଙ୍ଗି କୋଂଟା ପହଂଚିବା ପରେ ସେଠାରେ ସିଆପିଏଫର ଯବାନମାନେ ନାକାବନ୍ଦି କରି ରଖିଥିଲେ । ତଥାପି ଗାଡ଼ିଟି ଖସି ପଳେଇବାକୁ ଉଦ୍ୟମ କରୁଥିବା ବେଳେ ୨୨୮ ବାଟାଲିୟନର ଯବାନମାନେ ଗୁଳି କରି କାରଟିକୁ ଅଟକାଇଥିଲେ ।