ସନଷ୍ଟାର ଟିଭି ବ୍ୟୁରୋ
କନକ ବ୍ୟୁରୋ: ଦିଲ୍ଲୀରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକଡାଉନ ଘୋଷଣା କରିଥିଲେ । ଯାହା ସଫଳ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପ୍ରେସ କନଫରେନ୍ସରେ ଏନେଇ ସୂଚନା ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ୱାସ । ଏହି ଲକଡାଉନ ସଫଳ ହେବାର ଶ୍ରେୟ ସେ ଦିଲ୍ଲୀବାସୀଙ୍କୁ ଦେଇଛନ୍ତି ଓ ସେମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ସେ କହିଛନ୍ତି, ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଲୋକଙ୍କ ସହଯୋଗ ପାଇଁ ଲକଡାଉନ୍ ସଫଳ ହେଲା । ଗତ କିଛି ଦିନ ମଧ୍ୟରେ ଆମେ ଅମ୍ଳଜାନ ଶଯ୍ୟା ସଂଖ୍ୟା ବୃଦ୍ଧି କରିଛୁ । ଗତକାଲି, ଆମେ ଜିଟିବି ହସ୍ପିଟାଲ ନିକଟରେ ୫୦୦ ନୂତନ ଆଇସିୟୁ ବେଡ୍ ଆରମ୍ଭ କଲୁ । ବର୍ତ୍ତମାନ ଦିଲ୍ଲୀରେ ଆଇସିୟୁ ଏବଂ ଅକ୍ସିଜେନ ବେଡର ଅଭାବ ନାହିଁ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ ।
&
दिल्ली में चल रहे वैक्सीनेशन अभियान पर माननीय मुख्यमंत्री श्री @ArvindKejriwal जी की महत्वपूर्ण प्रेस वार्ता | LIVE https://t.co/KsJv95Us7R
— CMO Delhi (@CMODelhi) May 11, 2021
;