ସନଷ୍ଟାର ଟିଭି ବ୍ୟୁରୋ
ଗାଜିପୁର: ଉତ୍ତର ପ୍ରଦେଶର ଗାଜିପୁର ଜିଲ୍ଲାର ଗଙ୍ଗାନଦୀର ଅନେକ ଘାଟରେ ଶବ ଭାସୁଥିବା ଦେଖିବାକୁ ମିଳିଛି । ଏହି ଶବ ଗୁଡିକ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା କଥା ଅନୁମାନ କରି ସ୍ଥାନୀୟ ଗ୍ରାମବାସୀମାନେ ବେଶ୍ ଆତଙ୍କିତ ରହିଛନ୍ତି । ତେବେ ଏହି ଶବ ଗୁଡିକ କେଉଁଠୁ ଆସିଛି ସେ ନେଇ ତଦନ୍ତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।
ତେବେ ଗାଜିପୁର ଜିଲ୍ଲାର ଗହମର ଥାନା ଅଞ୍ଚଳରେ ନରୱା, ସୋଝବା ଏବଂ ବୁଲାକିଦାସ ବାବା ଘାଟରେ ୧୨ଟି ଶବ ଭାସୁଥିବା ଦେଖିବାକୁ ମିଳିଛି । ଏନେଇ ଗାଜିପୁର ଡିଏମ୍ ଏମପି ସିଂହ କହିଛନ୍ତି ଯେ, ଏହି ଖବର ମିଳିବା ପରେ ଏହି ଘଟଣାର ତଦନ୍ତ କରିବା ପାଇଁ ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍ ପହଞ୍ଚି ସାରିଛନ୍ତି । ଏହି ଶବ ଗୁଡିକ କେଉଁଠାରୁ ଆସିଛି ତାହା ଯାଞ୍ଚ୍ କରାଯାଉଛି ।