ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ତଳମୁହାଁ ହୋଇଛି । ଦୈନିକ ସଂକ୍ରମଣ ସଂଖ୍ୟା 10 ହଜାର ଉପରେ ରହିଥିବା ବେଳେ ଆଜି ଏହି ସଂଖ୍ୟା 10 ହଜାର ତଳକୁ ଖସିଛି । ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା 9,739 ରହିଛି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 5534 ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା 4259 ରହିଛି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୪ ହଜାର ୬୬୬ ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1511 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ 1018 ଜଣ, କଟକ 641 ଜଣ , ଅନୁଗୁଳରୁ 526 ଜଣ, ଝାରସୁଗୁଡ଼ାରୁ 404 ଜଣ, ନୂଆପଡ଼ାରୁ 401 ଜଣ, ଯାଜପୁରରୁ 376ଜଣ, ସମ୍ବଲପୁରରୁ 356 ଜଣ, ପୁରୀରୁ 351 ଜଣ, ବଲାଙ୍ଗୀରରୁ 342 ଜଣ, ବାଲେଶ୍ୱରରୁ 314 ଜଣ, ନବରଙ୍ଗପୁରରୁ 302 ଜଣ, ଗଞ୍ଜାମରୁ 276 ଜଣ, ବରଗଡ଼ରୁ 270 ଜଣ, ନୟାଗଡ଼ରୁ 254 ଜଣ, କେନ୍ଦୁଝରରୁ 244 ଜଣ, କଳାହାଣ୍ଡିରୁ 224ଜଣ, ମୟୂରଭଞ୍ଜରୁ 199ଜଗତସିଂହପୁରରୁ 189 ଜଣ,କେନ୍ଧ୍ରାପଡ଼ାରେ 158 ଜଣ,ବୌଦ୍ଧରେ 152 ଜଣ,ରାଗୟଡ଼ାରୁ 148 ଜଣ, ସୋନପୁରରୁ 140 ଜଣ, ଦେବଗଡ଼ରୁ 125 ଜଣ, ଗଜପତିରୁ 111 ଜଣ,କନ୍ଧମାଳରୁ 101 ଜଣ, ଢ଼େଙ୍କାନାଳରୁ 91ଜଣ, ମାଲକାନଗିରିରୁ 63 ଜଣ, ଭଦ୍ରକରୁ 52 ଜଣ ଏବଂ ଷ୍ଟେଟ୍ ପୁଲରୁ 280 ଜଣ ପଜିଟିଭ ବାହାରିଛନ୍ତି ।
ତେବେ ଏଥିସହିତ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା 9706 ରହିଛି ।