ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର; ରାଜ୍ୟରେ ପହଞ୍ଚିଲା ସେରମ ଇନ୍ଷ୍ଟିଚ୍ୟୁଟ୍ରେ ନିର୍ମିତ କୋଭିସିଲ୍ଡ ଟିକା । କୋଭିସିଲ୍ଡର 1 ଲକ୍ଷ ଡୋଜ୍ ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିସାରିଛି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବା ବେଳେ ଟିକା ଅଭାବରୁ ଅନେକ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଥିଲା ।
18 ରୁ 44 ବର୍ଷୀୟ ଲୋକଙ୍କୁ ମାଗଣାରେ ଟିକା ଦେବା ପାଇଁ ରାଜ୍ୟ ସରକାର ସ୍ୱଦେଶୀ ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଟିକା କ୍ରୟ କରିବେ ବୋଲି କମ୍ପାନୀ ସହ ଚୁକ୍ତି କରିଥିଲେ । ମୋଟ ୩ କୋଟି ଟିକା ଯୋଗାଇ ଦେବାକୁ ସେରମକୁ ରାଜ୍ୟ ସରକାର କହିଥିବା ସେଥିରୁ ଆଜି ୧ ଲକ୍ଷ ଟିକା ଆସି ଭୁବନେଶ୍ୱରରେ ପହଞ୍ଚିଛି । ଖୁବ୍ଶୀଘ୍ର ଏହି ଟିକା ଲୋକମାନଙ୍କୁ ଦିଆଯିବ ।