ସନଷ୍ଟାର ଟିଭି ବ୍ୟୁରୋ
ବାଣୀଗୋଚ୍ଛା: ଦୁର୍ଘଟଣାର ଶିକାର ହେଲା ସରକାରୀ ବସ୍ । ସରକାରୀ ବସ୍ ଓଲଟି ୭ SCB ଡାକ୍ତରୀ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲାର ବାଣୀଗୋଚ୍ଛା ଥାନା ଦୁର୍ଗାପ୍ରସାଦ ନିକଟରେ । ବସଟି ୭ ଜଣ ଏସସିବି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଗାଡି ଚାଳକ ଗୁରୁତର ହୋଇଥିବା ବେଳେ ୭ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଆହାତ ହୋଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଶୁକ୍ରବାର ବିଳମ୍ୱିତ ରାତିରେ ବସଟି ବଲାଙ୍ଗିର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା ହୋଇଥିଲା ।ବସରେ ଥିବା ଡାକ୍ତରୀ ଛାତ୍ରଛାତ୍ରୀମାନେ କୋଭିଡ୍ ଡ୍ୟୁଟି କରିବା ପାଇଁ ବଲାଙ୍ଗିର ଯାଉଥିବାର ସୂଚନା ମିଳିଛି ।