ସନ୍ଷ୍ଟାର ଟିଭି ବ୍ୟୁରୋ
ମାଟ୍ରିକ୍ ରେଜଲ୍ଟ ପାଇଁ ଚୁଡାନ୍ତ ପଦ୍ଧତିକୁ ଅନୁମୋଦନ ଦେଇଛନ୍ତି ବୋର୍ଡ । ନବମ ଏବଂ ଦଶମ ଶ୍ରେଣୀର ମାର୍କ ଆଧାରରେ ମୁଲ୍ୟାୟନ ହେବ । ନବମର ଷାଣ୍ମାସିକ ଏବଂ ବାର୍ଷିକ ପରୀକ୍ଷା ମାର୍କକୁ ଆଧାର କରି ବିଚାର କରାଯିବ ବୋଲି ଆଜି ବୋର୍ଡ ପକ୍ଷରୁ କୁହାଯାଇଛି । ସୁଚନା ଅନୁସାରେ ଦଶମର ୨ୟ, ୩ୟ, ଏବଂ ୪ର୍ଥ ପ୍ରାକ୍ଟିସ୍ ପରୀକ୍ଷା ମାର୍କକୁ ବିଚାର କରି ଚୁଡାନ୍ତ ନିଷ୍ପତି ନିଆଯିବ । ଏଥିରେ ନବମର ୪୦ ପ୍ରତିଶତ ଏବଂ ଦଶମର ୬୦ ପ୍ରତିଶତକୁ ଗୁରୁତ୍ୱ ଦିଆଯିବ । କରୋନା ମହାମାରୀ କାରଣରୁ ପରୀକ୍ଷା ସବୁକୁ ପୁର୍ବରୁ ବାତିଲ କରିଦିଆଯାଇଥିଲା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୁଚନା ଦେଇଥିଲେ ।