ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବ୍ରହ୍ମପୁରରେ ଅବସ୍ଥିତ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆଜି ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି ।ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ମଧ୍ୟ କହିଛନ୍ତି ଯେ, ଖଲ୍ଲିକୋଟ କଲେଜ ରାଜ୍ୟ ପ୍ରସିଦ୍ଧ ତଥା ପୁରାତନ କଲେଜ ମଧ୍ୟରୁ ଅନ୍ୟତମ ।
ଏହି କଲେଜରେ ଅଧ୍ୟୟନ କରିଥିବା ଅନେକ ଛାତ୍ରଛାତ୍ରୀ ନିଜକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇ ପାରିଛନ୍ତି । ଏହି କଲେଜ ମଧ୍ୟ ଦକ୍ଷିଣ ଓଡିଶାର ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱପ୍ନ ପୂରଣ କରିବାର ମାର୍ଗଦର୍ଶକ ସାଜିଛି ।ତେବେ ଏହି କଲେଜର ପ୍ରଥମ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ।