ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ :ଗତକାଲି ଅପରାହ୍ନରେ କଟକ ଜଗତପୁର ସ୍ଥିତ ଇମାମନଗର ଓ ଅଲ୍ଟ୍ରାଲେନ କୁ ସଂଯୋଗ କରୁଥିବା ମଧୁବାବୁ ସେତୁ ଉଦଘାଟିତ ହୋଇଯାଇଛି l ଏହି ଅବସରରେ କଟକର ସାଂସଦ ଭର୍ତ୍ତୃହରି ମହତାବ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା , ବେଳେ ମୁଖ୍ୟ ଅତିଥି ଭାବେ କଟକ-ଚୌଦ୍ୱାର ଯୁବ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇଥିଲେ l
ବିଜେଡ଼ି ୱାର୍ଡ ସଭାପତି ନବକିଶୋର ସ୍ୱାଇଁ ପୌରାହିତରେ ଜଳସମ୍ପଦ ବିଭାଗ ନର୍ଥ ଡିଭିଜନ ପକ୍ଷରୁ ୨୭ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ଅଟକଳ ରେ ଉପରୋକ୍ତ ସେତୁ ଉଦଘାଟିତ ହୋଇଥିଲା l ଦୀର୍ଘଦିନରୁ ରହି ଆସୁଥିବା ଦାବି ପୂରଣ ହୋଇଛି ଏହି ସଂଯୋଗ ସେତୁ ପ୍ରତିଷ୍ଠା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆନନ୍ଦ ଦେଖିବାକୁ ମିଳିଛି ।