ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାର ଅଭିଯୋଗରେ ସିବିଆଇ ଜାଲରେ ଫସି ଥିବା ଆଇଏଫଏସ ଅଫିସର ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବାଧ୍ୟତାମୂଳକ ଅବସର ସୁପାରିଶକୁ ଅନୁମୋଦନ ଦେଇଛନ୍ତି । ତେବେ ଅତ୍ୟଧିକ ଦୁର୍ନିତିଗ୍ରସ୍ତ କାରଣରୁ ଜେଲ୍ ଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ସୁପାରିଶ କରିଥିଲେ । ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଜଣେ ଆଇଏଫ୍ଏସ୍ଙ୍କ ବିରୋଧରେ ଏପରି ସୁପାରିଶ କରିଥିଲେ । ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ତେବେ ଏହି ଅନୁମୋଦନରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ।