ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ୍-୧୯ ମୁକାବିଲା ପାଇଁ ସେନାର ସହାୟତା ଆବଶ୍ୟକ: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଏବଂ ୧୦୦୦ ଆଇସିୟୁ ଶଯ୍ୟାବିଶିଷ୍ଟ କେତେକ କୋଭିଡ୍-୧୯ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ସହ ସେଗୁଡ଼ିର ଚାଳନା ଓ ପରିଚାଳନା କରିବା ନିମନ୍ତେ ଦିଲ୍ଲୀ ସରକାର ସେନାର ସହାୟତା ଲୋଡ଼ିଛନ୍ତି ।ତେବେ ଏହାକୁ ନେଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ପ୍ରତିରକ୍ଷା ବିଭାଗକୁ ଚିଠି ଲେଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରାଳୟ ନିଜ ଅଧୀନରେ ଥିବା କିଛି ସମ୍ବଳ ସହ ଆଗେଇ ଆସିଲେ ଦିଲ୍ଲୀବାସୀଙ୍କୁ ଉପଯୁକ୍ତ ସମୟରେ ସହାୟତା ମିଳିପାରନ୍ତା । ଏଥିସହ ପ୍ରସ୍ତୁତି କରାଯାଉଥିବା କେତେକ କୋଭିଡ୍ ସ୍ବାସ୍ଥ୍ୟସେବା କେନ୍ଦ୍ର ପାଇଁ ମେଡିକାଲ୍ ଅକ୍ସିଜେନ୍ ଯୋଗାଇ ଦେବାକୁ ସେନା ମଧ୍ୟ ବ୍ୟବସ୍ଥା କରୁ ବୋଲି ସେ ଲେଖିଛନ୍ତି ।