ସନଷ୍ଟାର ଟିଭି ବ୍ୟୁରୋ
ବାଙ୍ଗାଲୁରୁ: ଦେଶରେ କରୋନା ମହାମାରୀ ସାଙ୍ଗକୁ ଅକ୍ସିଜେନ ଅଭାବ ଅଧିକ ଚିନ୍ତାର କାରଣ ସାଜିଛି । ଅକ୍ସିଜେନ ଅଭାବରୁ ମୃତ୍ୟୁ ସିଲସିଲା ମଧ୍ୟ ଜାରି ରହିଛି । ତେବେ ଗତକାଲି ମଧ୍ୟ ରାତ୍ରରେ କର୍ଣ୍ଣାଟକ ରାଜ୍ୟ ଚାମରାଜ ନଗରରେ ଅକ୍ସିଜେନ ଅଭାବରୁ 24 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ତେବେ ସୂଚନା ଅନୁଯାୟୀ,ଏହି ହସ୍ପିଟାଲକୁ ବେଲ୍ଲୋରୀରୁ ଅକ୍ସିଜେନ୍ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା ।କିନ୍ତୁ ଅକ୍ସିଜେନ ପହଞ୍ଚିବାରେ ବିଳମ୍ବ ହୋଇଯାଇଥିଲା । ଯେଉଁଥିପାଇଁ ଏତେ ବଡ ଅଘଟଣ ଘଟିଯାଇଛି ।