ସନଷ୍ଚାର ଟିଭି ବ୍ୟୁରୋ
କଟକ: ବନ୍ଦ ରହିବ ଓଡିଶା ହାଇକୋର୍ଟ ଓ ରାଜ୍ୟର ସମସ୍ତ ନିମ୍ନ ଅଦାଲତ । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ହାଇକୋର୍ଟ ଏବଂ ରାଜ୍ୟର ସମସ୍ତ ନିମ୍ନ ଅଦାଲତର ଗ୍ରୀଷ୍ମ ଅବକାଶ ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଆରମ୍ଭ ହେବାକୁ ଯାଉଛି । ହାଇକୋର୍ଟର ଗ୍ରୀଷ୍ମ ଅବକାଶ ମେ’ ୩ ତାରିଖରୁ ଆରମ୍ଭ ହୋଇ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ରଜ ପର୍ବ ପାଇଁ ଜୁନ୍ ୧୪ତାରିଖରୁ ୧୬ ତାରିଖ ତିନି ଦିନ ପାଇଁ ହାଇକୋର୍ଟ ବନ୍ଦ ରହିବ । ତେବେ ପୂର୍ବରୁ ମେ ୨୪ ତାରିଖରୁ ଏହି ଅବକାଶ ସମୟ ଆରମ୍ଭ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ତେବେ ଏହି ଗ୍ରୀଷ୍ମ ଅବକାଶ ସମୟରେ ଭର୍ଚୁଆଲ୍ ମାଧ୍ୟମରେ ଅଦାଲତ ଚାଲିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାରୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।