ସନଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ଯାଜପୁର ଜିଲ୍ଲାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ସଂଖ୍ୟା 300 ଉପରେ ରହିଛି । ଏପରି ସ୍ଥିତିରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲ୍ଳାର ୩୧୧ ସରପଞ୍ଚ ନିଜ ପଞ୍ଚାୟତକୁ ଶନିବାର ଓ ରବିବାର ସଟ୍ଡାଉନ କରିବା ପାଇଁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଅନୁମତି ମାଗିଥିଲେ । ଜିଲ୍ଲାପାଳ ଶ୍ରୀ ରାଠୋର ଏହାକୁ ଗୁରୁତର ସହ ବିଚାରକୁ ନେଇ ସରପଞ୍ଚମାନେ ନେଇଥିବା ନିଷ୍ପତ୍ତିକୁ ଗ୍ରହଣ କରିବା ସହ ଶନିବାର ଓ ରବିବାର ଦୁଇଦିନ ୨ଟି ପୌରାଞ୍ଚଳ ସମେତ ୩୧୧ ପଞ୍ଚାୟତରେ ସଟ୍ଡାଉନ ରହିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ରାଠୋର ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଜିଲ୍ଲାର ୨ଟି ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ସହିତ ଦୁଇ ଦିନିଆ ସଟ୍ଡାଉନ ଘୋଷଣା କରାଯାଇଥିଲା ।
ସରପଞ୍ଚମାନେ ଏଭଳି ମହାମାରୀ ସମୟରେ କରୋନାର ମୁକାବିଲା କରିବା ପାଇଁ ଆଗେଇ ଆସିଥିବାରୁ ସମସ୍ତଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଦେଇଛନ୍ତି । ତେବେ ଏହି ସଟ୍ଡାଉନ ସମୟରେ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । କେବଳ ଡାକ୍ତରଖାନା, ନର୍ସିଂହୋମ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଗ୍ୟାସ୍ ସେବା, ଟେଲିକମ ସେବା, ଇଲେକ୍ଟ୍ରି ସେବା, ଆମ୍ବୁଲାନ୍ସ ସେବା ଜାରି ରହିବ । ଅତି ଆବଶ୍ୟକରେ ଯଦି କୌଣସି ବ୍ୟକ୍ତି ବାହାରକୁ ଆସୁଛନ୍ତି ତେବେ ପୁଲିସକୁ ପ୍ରମାଣପତ୍ର ଦେବାକୁ ହେବ । କରୋନାର ମୁକାବିଲା ପାଇଁ ଏହି ଦୁଇଦିନ ସଟ୍ଡାଉନକୁ ଜିଲ୍ଲାବାସୀ ସହଯୋଗ କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି ।
ଯାଜପୁର ଜିଲ୍ଲା ରେ କରୋନାର ବଢୁଥିବା ପ୍ରଭାବ କୁ ଦେଖି ସମସ୍ତ 311 ଗୋଟି ପଂଚାୟତର ସରପଂଚ ମାନେ ସେମାନଙ୍କ ଅଂଚଳ ରେ ଶନିବାର ଓ ରବିବାର ସଟ ଡାଉନ୍ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ସରକାରୀ ନିୟମ ଅନୁସାରେ ଅତ୍ୟାବଶ୍ୟକ ସେବା ଜାରି ରହିବ।#JajpurFightsCorona @CMO_Odisha @SRC_Odisha pic.twitter.com/3EFdhzQ5Af
— Collector & DM, Jajpur (@dm_jajpur) April 30, 2021