ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ସଂକ୍ରମଣ ରାଜ୍ୟରେ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି । ସଂକ୍ରମଣର ଦୈନିକ ସଂଖ୍ୟା 10 ହଜାର ମଧ୍ୟ ଟପିସାରିଛି । ତେବେ ସାଧାରଣ ଜନତାଙ୍କ ପରିସ୍ଥିତିକୁ ଦୃହୟଙ୍ଗମ କରି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମେ’ ମାସରୁ ଅତିରିକ୍ତ ପାଞ୍ଚ କେଜି ଚାଉଳ ମାଗଣାରେ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମେ’ ଓ ଜୁନ ମାସ ପାଇଁ ହିତାଧିକାରୀମାନଙ୍କୁ ଏହି ଅତିରିକ୍ତ ଚାଉଳ ମାଗଣାରେ ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯିବ । ଏହା ଦ୍ୱାରା ରାଜ୍ୟର ପ୍ରାୟ ୧୨ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି କୁହାଯାଇଛି ।
ତେବେ ଏହା ପୂର୍ବରୁ ମଧ୍ୟ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଅଧୀନରେ ଥିବା ଦେଶର ପ୍ରାୟ ୮୦କୋଟି ହିତାଧିକାରୀଙ୍କୁ ମେ’ ଓ ଜୁନ୍ ଦୁଇମାସ ପାଇଁ ଅତିରିକ୍ତ ଭାବେ ୫କେଜି ଚାଉଳ ବା ଗହମ ଦିଆଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ ।