ସନଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ପ୍ରଥମ ଥର ରାଜ୍ୟରେ ଗଡିବାକୁ ଯାଉଛି ଅକ୍ସିଜେନ ଏକ୍ସପ୍ରେସ । ରାଉରକେଲାରୁ ଗଡିବ ଏହି ଅକ୍ସିଜେନ ଏକ୍ସପ୍ରେସ । ଦେଶରେ ଲିକୁଇଡ଼ ମେଡିକାଲ ଅକ୍ସିଜେନ(ଏଲ ଏମ ଓ) ସଙ୍କଟ ଭରଣା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଷ୍ଟ୍ରାୟତ୍ତ ସଂସ୍ଥା ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ରାଉରକେଲା ଇସ୍ପାତ କାରଖାନା(ଆର ଏସ ପି) ପକ୍ଷରୁ ଏହାକୁ ହରିଆନା ପଠାଯାଉଛି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ଅନବରତ ଲିକୁଇଡ ଅକ୍ସିଜେନ ଯୋଗାଣ ଜାରି ରଖିଥିବା ଆରଏସପି ଇତିମଧ୍ୟରେ ୨୫୦୦ ମେଟ୍ରିକ ଟନରୁ ଉର୍ଦ୍ଧ୍ୱ ଲିକୁଇଡ଼ ଅକ୍ସିଜେନ ଟ୍ୟାଙ୍କର ଯୋଗାଇସାରିଥିବା ବେଳେ ଏହାର ଯୌଥ ଉଦ୍ୟୋଗ ଲିଣ୍ଡେ ଇଣ୍ଡିଆ ଇତିମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ଗୁଜୁରାଟ ରାଜ୍ୟକୁ ଯୋଗାଇଆସୁଛି।