ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ରହିଥିବା ବେଳେ ଅମାନିଆମାନଙ୍କୁ କଡା ଚେତାବନୀ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଯେଉଁ ସ୍ଥାନରେ ଲୋକେ କୋଭିଡ୍ ନିୟମ ନମାନିବେ ଏବଂ ଅଧିକ ଭିଡ଼ ହେବ ସେଠାରେ ଲକଡାଉନ ଓ ସଟଡାଉନ୍ ଭଳି ଚରମ ପଦକ୍ଷେପ ନିଆଯାଇପାରେ ବୋଲି ଦେଇଛନ୍ତି ଚେତାବନୀ । ତେବେ ବର୍ତ୍ତମାନ ସ୍ଥିତିରେ ସେ ସବୁର ଆବଶ୍ୟକତା ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।
ତେବେ ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହୁଛି ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ସ୍ଥିତି ଭଲ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ତେବେ ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ସର୍ବାଧିକ ୮ ହଜାର ରହିଥିବା ବେଳେ ଆଜି ୭ ହଜାର ପାଖାପାଖି ରହିଛି । ତେବେ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।