ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ସିଲ୍ ହେଲା ଭୁବନେଶ୍ଵର ରାଜ ମହଲ ନିକଟ ମାର୍କେଟ୍ ବିଲ୍ଡିଂ । କୋଭିଡ୍ କଟକଣାକୁ ଅନୁସରଣ ନ କରାଯାଉଥିବାରୁ ଏହାକୁ ୪୮ ଘଣ୍ଚା ପାଇଁ ସିଲ୍ କରାଯାଇଛି । କମିଶନରେଟ୍ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ବିଏମ୍ସି କର୍ମଚାରୀଙ୍କ ଦ୍ଵାରା ସିଲ୍ କରାଯାଇଛି ।
ସନ୍ଧ୍ୟା ସମୟରେ ମାର୍କେଟ୍ ବିଲ୍ଡିଂରେ ଭିଡ ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା, ମାସ୍କ ପରିଧାନ ଭଳି କୋଭିଡ୍ ଗାଇଡ୍ଲାଇନକୁ ଉଲଂଘନ କରାଯାଉଥିବାରୁ ବିଏମ୍ସି ପକ୍ଷରୁ ସିଲ୍ କରାଯାଇଛି । ସପ୍ତାହାନ୍ତ ସଟ୍ଡାଉନ୍କୁ ମିଶାଇଲେ ଆସନ୍ତା ସୋମବାର ଖୋଲିବ ମାର୍କେଟ୍ ବିଲ୍ଡିଂ । ଭୁବନେଶ୍ଵରରେ କୋଭିଡ୍ ସଂକ୍ରମଣ ୧୦୦୦ ଉପରେ ରହିଛି । ତେଣୁ କୋଭିଡ୍ କଟକଣାକୁ କଡାକଡି ଭାବେ ଅନୁସରଣ ନ କରାଗଲେ ଆଗକୁ ଆହୁରୀ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇପାରେ ।