ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: କଟକର ମଧୁସୂଦନ ଆଇନ୍ କଲେଜ ଆଜି ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଛି । ସ୍ଵାଧିନତା ସଂଗ୍ରାମୀ ମଧୁସୂଦନ ଦାସଙ୍କ ଜନ୍ମ ଦିବସ ଅବସରରେ ମଧୁସୂଦନ ଆଇନ୍ କଲେଜ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧୁବାବୁଙ୍କ ଜନ୍ମ ଦିବସ ଅବସରରେରେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ । ତେବେ ଏହି ବିଶ୍ଵବିଦ୍ୟାଳୟର ପ୍ରଥମ କୁଳପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି କମଲ ଜିତ୍ ସିଂ ।
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ
ଶ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶାବାସୀଙ୍କୁ ଆଉ ଏକ ବଳିଷ୍ଠ ଉପହାର ।@Naveen_Odisha @CMO_Odisha pic.twitter.com/UfkDg194wI— Dr. Arun Kumar Sahoo (@dr_arunsahoo) April 28, 2021
ସୂଚନାଯୋଗ୍ୟ, ଓଡିଶାର ସର୍ବପୁରାତନ ଆଇନ୍ କଲେଜ ଭାବେ ମଧୁସୂଦନ ଲ କଲେଜ ପରିଚୟ ଲାଭ କରିଛି । ୧୦ ମାର୍ଚ୍ଚ ୧୮୬୯ ମସିହାରେ କଟକ ଠାରେ ଓଡିଶାର ସୁନାମଧନ୍ୟ ସ୍ଵାଧିନତା ସଂଗ୍ରାମୀ ତଥା ଓକିଲ ମଧୁସୂଦନ ଦାସ ନାମାନୁଯାୟୀ ଏହି କଲେଜର ନାମକରଣ କରାଯାଇଥିଲା । ତେବେ ଆଜିଠୁ ଅର୍ଥାତ୍ ୨୮ ଏପ୍ରିଲ ୨୦୨୧ ରୁ ଏହା ଆଇନ୍ ବିଶ୍ଵବିଦ୍ୟାଳୟ ଭାବେ ପରିଚୟ ଲାଭ କଲା ।