ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ସ୍ଥିର ଥିବା ବେଳେ ପୁଣି ଉପର ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ଟପିଛି କରୋନା ସଂକ୍ରମଣ ସଂଖ୍ୟା । ଆଜି ରାଜ୍ୟରୁ ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୭୮୧ ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୩୬୦୫ ଲୋକାଲ କଣ୍ଟାକ୍ଟ ଅଟନ୍ତି ।
ତେବେ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଆଜି ଏହି ଜିଲ୍ଲାରୁ ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପଛକୁ ସୁନ୍ଦରଗଡ଼ରୁ ୯୩୩, କଟକରୁ ୪୯୬, ଝାରସୁଗୁଡ଼ାରୁ ୪୩୩, ନବରଙ୍ଗପୁରରୁ ୩୮୮, ବଲାଙ୍ଗିରରୁ ୩୫୮, ଅନୁଗୁଳରୁ ୩୪୭, ସମ୍ବଲପୁରରୁ ୩୦୭, ମୟୂରଭଞ୍ଜରୁ ୨୮୯, ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡ଼ରୁ ୨୫୭, ନୂଆପଡ଼ାରୁ ୨୩୩, ଗଞ୍ଜାମରୁ ୨୦୯, ବାଲେଶ୍ୱରରୁ ୨୦୨, କେନ୍ଦୁଝରରୁ ୧୭୫, ଜଗତସିଂହପୁରରୁ ୧୨୯, କଳାହାଣ୍ଡିରୁ ୧୨୬, ନୟାଗଡ଼ରୁ ୧୨୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷେ ଗଜପତିରୁ ୯୬, ବୌଦ୍ଧରୁ ୮୩, ରାୟଗଡ଼ାରୁ ୭୫, କୋରାପୁଟରୁ ୬୯, ଭଦ୍ରକ ଓ ସୁବର୍ଣ୍ଣପୁରରୁ ୬୭ ଲେଖାଏଁ, ଦେବଗଡ଼ରୁ ୬୧, କନ୍ଧମାଳରୁ ୫୩, କେନ୍ଦ୍ରାପଡ଼ାରୁ ୪୯, ମାଲକାନଗିରିରୁ ୨୪ ଓ ଢେଙ୍କାନାଳ ଜିଲ୍ଲାରୁ ୨୧ ଓ ଷ୍ଟେଟ୍ ପୁଲ୍ରୁ ୩୪୮ ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ରାଜ୍ୟରେ କରୋନାରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ପୁରୀ ଓ ରାୟଗଡ଼ାରୁ ସର୍ବାଧିକ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ବୌଦ୍ଧ, ଗଂଜାମ, ଖୋର୍ଦ୍ଧା, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୧୭କୁ ବୃଦ୍ଧି ପାଇଛି।