ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଵିଜେପି ମୁଖପାତ୍ର ସମ୍ବିତ ପାତ୍ର ପୁରୀରେ ହୋଇଥିବା ଅଭିଯୁକ୍ତଙ୍କ ହତ୍ୟା ମାମଲାରେ ହସ୍ତକ୍ଷେପ କରି ଆଜି ଜାତୀୟ ମାନବ ଅଧିକାର କମିଶନକୁ ହସ୍ତାନ୍ତର କରିଛନ୍ତି । ସେ କହିଛନ୍ତି, ଗତକାଲି ମୁଁ କେ ରମେଶଙ୍କ ହେପାଜତରେ ମୃତ୍ୟୁ ସମ୍ପର୍କରେ ଅଭିଯୋଗ କରିବାକୁ ଜାତୀୟ ମାନବ ଅଧିକାର କମିଶନ ଯାଇଥିଲି । ମୁଁ ଅଭିଯୋଗ କରିଛି ଯେ, ମୃତକଙ୍କ ବାପାମାଆଙ୍କୁ ସ୍ଥାନୀୟ ପୋଲିସ ଉଠାଇ ଆଣି ଏକ ଅଜ୍ଞାତ ସ୍ଥାନରେ ରଖିଛି । ଏନେଇ ଜାତୀୟ ମାନବ ଅଧିକାର କମିଶନ ଆମକୁ ଅବଶ୍ୟ ସାହାଯ୍ୟ କରିବ ବୋଲି କହିଛନ୍ତି ସମ୍ବିତ ।
ମାନବ ଅଧିକାର କର୍ମୀ ପ୍ରବିର ଦାସ ଆଜି ପୁରୀ ଏବଂ ସୁନ୍ଦରଗଡ ଅଭିଯୁକ୍ତଙ୍କ ହତ୍ୟା ମାମଲା ନେଇ ଯାଞ୍ଚ କରିବାକୁ ଓଡିଶା ମାନବ ଅଧିକାର କମିଶନକୁ ଅନୁରୋଧ କରିଛନ୍ତି। ଏଥି ସହ ଉଭୟ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଓଡିଶା ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଓଡିଶା ମାନବ ଅଧିକାର କମିଶନକୁ ଅନୁରୋଧ କରିଛନ୍ତି ।