ସନ୍ଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ: କରୋନା ମହାମାରୀ ସମୟରେ ଅକ୍ସିଜେନ୍ର ଅଭାବ ସବୁଠୁ ଅଧିକ ଚିନ୍ତାର କାରଣ ସାଜିଛି । ତେବେ କରୋନା ମହାମାରୀର ପ୍ରଭାବ ଉତ୍ତରପ୍ରଦେଶରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିଛି ଦିନ ପୂର୍ବରୁ କରୋନା ମୁକାବିଲା ପାଇଁ ଉତ୍ତରପ୍ରଦେଶରେ ହସ୍ପିଟାଲ୍ ବେଡ୍, ଅକ୍ସିଜେନ, ମେଡିସିନ ପ୍ରଭୃତିର ଅଭାବ ରହିବ ନାହିଁ ବୋଲି କହିଥିଲେ ମଧ୍ୟ ଏହାର କିଛି ଭିନ୍ନ ରୂପ ସାମ୍ନାକୁ ଆସିଛି । ଆଗ୍ରାର ପାରସ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୮ ଜଣ ରୋଗୀ ଙ୍କ ମୃତ୍ୟୁ ଘଟିଛି । ତେବେ ଆଗ୍ରାର କିଛି ହସ୍ପିଟାଲ ସାମ୍ନାରେ ବେଡ୍ ଓ ହସ୍ପିଟାଲ ନଥିବାର ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି ।