ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଦୀପାବଳି ପରେ ପରେ ଦିଲ୍ଲୀରେ କରୋନା ଫେରିବା ସଙ୍ଗେ ସଙ୍ଗେ ପ୍ରଦୂଷଣ ମଧ୍ୟ ଗମ୍ଭୀର ରୂପ ଧାରଣ କରିଛି । ତେବେ ଏନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦିଲ୍ଲୀ ଛାଡିଲେ ବୋଲି ଜଣା ପଡ଼ିଛି । ତାଙ୍କର ଦୀର୍ଘ ଦିନ ଧରି ଆସ୍ଥମା ଏବଂ ଛାତିରେ ସଂକ୍ରମଣର ସମସ୍ୟା ଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ କିଛି ଦିନ ପର୍ଯ୍ୟନ୍ତ ଗୋଆ ବା ଚୋନ୍ନାଇରେ ଯାଇ ରହିବେ ବୋଲି ସୂଚନା ମିଳିଛି । ଏନେଇ ଆଜି କଂଗ୍ରେସ ପାର୍ଟି ତରଫରୁ ଜଣା ପଡ଼ିଛି । ସୂତ୍ରରୁ ପ୍ରକାଶ ଅଛି ଯେ, ସୋନିଆ ଗାନ୍ଧି ଆଜି ଦିଲ୍ଲୀ ଛାଡ଼ିଛନ୍ତି ଏବଂ ରାହୁଲ ଗାନ୍ଧିଙ୍କ ସହିତ ସେ ଯାଉଛନ୍ତି ବୋଲି ଜଣା ପଡ଼ିଛି। ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବା ହେତୁ ତାଙ୍କ ଛାତିରେ ସଂକ୍ରମଣ ବଢ଼ିବାକୁ ନେଇ ଡାକ୍ତରମାନେ ଚିନ୍ତିତ ଥିବା ଜଣା ପଡ଼ିଛି। ଏ ନେଇ ତାଙ୍କୁ ଦିଲ୍ଲୀ ଛାଡ଼ି କିଛି ଦିନ ପାଇଁ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଛି।