ସନ୍ଷ୍ଟାର ଟିଭି ବ୍ୟୁରୋ
ବେଙ୍ଗାଲୁର: କର୍ଣ୍ଣାଟକରେ କରୋନାର ବର୍ଦ୍ଧିତ ସ୍ଥିତିକୁ ଦେଖି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଲକ୍ଡାଉନ୍ ଜାରି କରିଛନ୍ତି । ୧୪ ଦିନ ପାଇଁ ଅର୍ଥାତ୍ ୨୭ ଏପ୍ରିଲ ରାତି ୯ଟା ସମୟ ଠାରୁ ୯ ମେ ରାତି ୯ ଟା ଯାଏ ଏହି ଲକ୍ଡାଉନ୍ ବଳବତ୍ତର ରହିବ ।ତେବେ ଏହି ସମୟରେ ଅତ୍ୟାବଶ୍ୟକୀୟ ସେବାଗୁଡିକ ଚାଲୁ ରହିବ । ତେବେ ଜରୁରୀ ସାମଗ୍ରୀ ଦୋକାନ ଗୁଡିକ ସକାଳ ୬ ଟାରୁ ୧୦ ଟା ପ୍ରର୍ଯ୍ୟନ୍ତ ଖୋଲା ରହିବ । ସାଧାରଣ ପରିବହନ ସେବା ଗୁଡିକ ବନ୍ଦ ରହିବ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ୧ ମଇରୁ ୧୮ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କୁ ସରକାରୀ ହସ୍ପିଟାଲରେ ମାଗଣାରେ ଭ୍ୟାକସିନ୍ ଦିଆଯିବ । ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ପୂର୍ବରୁ ହିଁ ମାଗଣାରେ ଭ୍ୟାକସିନ୍ ଦିଆଯାଉଛି । କରୋନା କାଳକୁ ଦେଖି ସ୍ଥାନୀୟ ଅଧିକାରୀଙ୍କ ହାତରେ ନିୟମକୁ କଡା କଡି କରିବାର କ୍ଷମତା ରହିବ । ଯେଉଁଠି କର୍ଫ୍ୟୁ ଲାଗିଛି ସେଠାରେ ପୂର୍ବଭଳି ଚାଲିବ ।
କର୍ଣ୍ଣାଟକରେ ମଧ୍ୟ ସଂକ୍ରମଣ ହାର ଖୁବ୍ ଅଧିକ ରହିଛି । ୨୪ ଘଣ୍ଟା ଭିତରେ ରାଜଧାନୀ ବେଙ୍ଗଲୁରରେ ୨୦ ହଜାରରୁ ଅଧିକ ସଂକ୍ରମଣ ମାମଲା ସାମନାକୁ ଆସିଛି । ପୁରା ରାଜ୍ୟରେ ରବିବାର ୩୪,୮୦୪ କରୋନା ପଜିଟିଭ କେସ୍ ଆସିଥିବା ବେଳେ ୧୩୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି ସଂକ୍ରମଣ ଚେନ୍କୁ ଭାଙ୍ଗିବା ପାଇଁ ୟେଦୁରପ୍ପା ୧୪ ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି ।