ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦିଲ୍ଲୀରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ମାଗଣାରେ ଦିଆଯିବ କୋଭିଡ୍ ଟିକା । ତେବେ ଏନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ଘୋଷଣା କରିଛନ୍ତି ।ସେ କହିଛନ୍ତି, ସମଗ୍ର ଦେଶରେ କରୋନା ମହାମାରୀ ଧ୍ୱଂସ ସାଧନ କରୁଥିବା ଆମେ ଦେଖି ପାରୁଛୁ । ତେଣୁ, ଟିକାକରଣଦ୍ୱାରା ହିଁ ଏହି ରୋଗକୁ ପରାସ୍ତ କରିହେବ ବୋଲି ଆଶା ରହିଛି । ସେ ଆଉ ମଧ୍ୟ କହିଛନ୍ତି ଯେ ଏଥିପାଇଁ ୧.୩୪ କୋଟି ଟିକା କ୍ରୟ କରିବା ପାଇଁ ଆଜି ସକାଳେ ଅନୁମୋଦନ ଦିଆଯାଇଛି । ଖୁବ୍ ଶୀଘ୍ର ଯେମିତି ଟିକା କ୍ରୟ କରାଯାଇ ଲୋକମାନଙ୍କୁ ଦିଆଯାଏ, ସେଥିପ୍ରତି ସୁନିଶ୍ଚିତ ହେବାକୁ ଆମେ ଉଦ୍ୟମ କରିବୁ ।
ତେବେ ସେ ଆଉ ମଧ୍ୟ କହିଛନ୍ତି ଯେ ମୁଁ ଭ୍ୟାକ୍ସିନର ଦର ଡୋଜ ପ୍ରତି ୧୫୦ ଟଙ୍କା କରିବାକୁ ଭ୍ୟାକ୍ସିନ୍ ତିଆରି କରୁଥିବା କମ୍ପାନୀମାନଙ୍କୁ ନିବେଦନ କରୁଛି । ଆମେ ଲାଭ ପାଇବା ପାଇଁ ସାରା ଜୀବନ ବାକି ରହିଛି । କିନ୍ତୁ ଏହି ସମୟ ଲାଭ ପାଇବାର ନୁହେଁ ।
ତେବେ ଗତକାଲି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୧୮ ବର୍ଷରୁ ଉର୍ଦ୍ଧ୍ଵଙ୍କୁ ମାଗଣାରେ କରୋନା ଟିକା ଦେବା ପାଇଁ ଘୋଷଣା କରିଥିଲେ ।