ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ସ୍ଥିତ ଘରୋଇ ହସ୍ପିଟାଲ୍ ଅଶ୍ଵିନୀରେ ଭର୍ତ୍ତି କରାଯାଇଛି ।
ତେବେ ସିଡିଏମ୍ଓ ସୂର୍ଯ୍ୟତାରିଣୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ଶ୍ରୀଯୁକ୍ତ ବେହେରା କୋଭିଡ୍ ପାଇଁ RT-PCR ଟେଷ୍ଟ କରାଇଥିଲେ । କିନ୍ତୁ ରିପୋର୍ଟ ନେଗେଟିଭ୍ ଆସିଥିଲା ଓ ସେ ଦୁଇଟା ଯାକ କୋଭିଜ୍ ଟିକା ମଧ୍ୟ ନେଇ ସାରିଛନ୍ତି । ତେବେ ଏନେଇ ଜିଲ୍ଲାପାଳ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । RT-PCR ଟେଷ୍ଟ ରିପୋର୍ଟରେ ନେଗେଟିଭ୍ ଆସିଥିଲେ ମଧ୍ୟ କୋଭିଡ୍ ଲକ୍ଷଣ ଦେଖାଯିବାରୁ ଅଶ୍ଵିନୀର ICUରେ ଚିକିତ୍ସିତ ହେଉଛି ଓ ବର୍ତ୍ତମାନ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଜିଲ୍ଲାପାଳ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ।
Though I am found covid negative in RTPCR test, but due to mild infection,I am admitted in ICU of ASWINI HOSPITAL, Cuttack on https://t.co/gdF2TxSzc2 health is stable with blessings of Sri Sri Chandrasekhar Jew and all the well wishers.
Collector, Dhenkanal— District Dhenkanal (@districtadmndkl) April 26, 2021