ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ୍ ୨୧ ତାରିଖ ଦିନ ସ୍କୁଲ୍ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାକୁ ବାତିଲ କରିଥିଲେ । ତେବେ ଦୁଇ ଦିନ ହେବ ସୋସିଆଲ୍ ମିଡିଆରେ ପରୀକ୍ଷା ବାତିଲକୁ ବାତିଲ କରାଯାଇ ଆସନ୍ତା ଜୁନ୍ ୧୪ରେ ପୁଣି ଆରମ୍ଭ କରାଯିବ ବୋଲି ସମୀର ରଞ୍ଜନ ଦାଶଙ୍କ ଏକ ଟ୍ଵିଟ୍ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ଯାହାକୁ ନେଇ ଛାତ୍ରଛାତ୍ରୀ ବେଶ୍ ଚିନ୍ତିତ ହୋଇ ପଡିଥିଲେ ।
ତେବେ ଏହି ଖବର ମିଛ ବୋଲି ଗତକାଲି ସମୀର ରଞ୍ଜନ ଦାଶ ସ୍ପଷ୍ଟୀକରଣ ଦେଇଛନ୍ତି । କେହି ଜଣେ ବଦ୍ମାସ୍ ତାଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି ଏପରି ମିଥ୍ୟା ଖବର ପ୍ରଚାର କରୁଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଏହି ସବୁକୁ ନେଇ ଛାତ୍ରଛାତ୍ରୀ ଚିନ୍ତିତ ନ ହେବାକୁ ଓ ଏଭଳି ଖବରକୁ ବିଶ୍ଵାସ ନ କରିବାକୁ ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।
&
କେହି ଜଣେ ବଦମାସ୍ ମୋ ନାମ ରେ ଫେକ୍ ଆକାଉଣ୍ଟ୍ ଖୋଲିକି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରରେ ଆସିଛି | ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ…@CMO_Odisha @BJD4Odisha @BJDITWing pic.twitter.com/85Ip9kozMl
— Samir Ranjan Dash (@samirdash01) April 25, 2021
;