ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସ୍ଥିତି ସଙ୍ଗୀନ ହେଉଥିବାରୁ ଲକ୍ଡାଉନ୍ ଅବଧି ବଢାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ । ମେ ୩ ତାରିଖ ଯାଏଁ ଏହି ଲକ୍ଡାଉନ୍ ସମୟ ବୃଦ୍ଧି କରାଯାଇଛି । ପୂର୍ବରୁ ଏପ୍ରିଲ୍ ୨୬ ଯାଏଁ ଏହି ଅବଧି ରହିଥିଲା ।
କରୋନା ସଂକ୍ରମଣ ବୃଦ୍ଧି ସହିତ ଅକ୍ସିଜେନ ଅଭାବ ମଧ୍ୟ ରୋଗୀମାନଙ୍କ ପାଇଁ ଆହୁରୀ ଚିନ୍ତାର କାରଣ ସାଜିଛି । ଏବେ ମଧ୍ୟ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନର ଅଭାବ ରହିଛି । ଦିଲ୍ଲୀକୁୁ ପ୍ରତିଦିନ ୭୦୦ ଟନ୍ର ଅକ୍ସିଜେନର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ୪୯୦ ଟନ୍ ଅକ୍ସିଜେନ ଆଲର୍ଟ କରିଥିଲେ ମଧ୍ୟ ସେତିକି ମିଳୁ ନାହିଁ ।ଅକ୍ସିଜେନ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।