ସନ୍ଷ୍ଟାର ଟିଭି ବ୍ୟୁରୋ
ନିଜ ଶରୀରକୁ ସୁସ୍ଥ ସବଳ ରଖିବାକୁ ସମସ୍ତେ ଚାହାନ୍ତି । କିନ୍ତୁ ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ଲୋକମାନଙ୍କୁ ନିଜକୁ ଫିଟ୍ ରଖିବାକୁ ସମୟ ନଥାଏ । ଘଣ୍ଟା ଘଣ୍ଟା ବ୍ୟାୟାମ, ଯୋଗ କରିବାକୁ ସମୟ ମିଳେ ନାହିଁ । ଯଦି ଓଜନ ହ୍ରାସ କରିବାକୁ ବ୍ୟାୟାମ ଓ ଡାଇଟିଂ କରି ପାରୁନାହାନ୍ତି ତ ଆପଣ ପ୍ରତିଦିନ ୧୦ମିନିଟ୍ ଦୌଡ଼ିବା ଆରମ୍ଭ କରନ୍ତୁ। ଏଥିରେ ଆପଣଙ୍କର ଓଜନ କମ୍ ହେବା ସହ ଆପଣଙ୍କର ଶରୀରରେ ସଠିକ୍ ଆକାରରେ ରହିବ। ଆପଣ ସ୍ଲିମ୍ ଲାଗିବେ। ଜାଣନ୍ତୁ ୧୦ ମିନିଟ୍ ଦୌଡ଼ରେ କେତେ ଫାଇଦା ମିଳିଥାଏ ।
ଶରୀରର ଆକାର ଠିକ୍ ରହେ : ଦୌଡ଼ିବା ଏକ ସୁନ୍ଦର ଅଭ୍ୟାସ , ଯାହାକୁ ଆପଣ କେବେ ବି କରିପାରିବେ । ଏଥିରେ ଆପଣଙ୍କର ବ୍ୟାୟାମ ଅଧା ପୂରା ହୋଇଯାଏ । ଏଥିରେ ବଡ଼ି ସେପ୍ରେ ରହିଥାଏ , କାରଣ ଏଥିରେ ଆପଣଙ୍କ ଶରୀରରୁ ଅତିରିକ୍ତ ଫ୍ୟାଟ୍ ଝାଳ ଆକାରରେ ବାହାରି ଯାଇଥାଏ । ଦୌଡ଼ରେ ହର୍ମୋନ( ଏଚ୍ଜିଏଚ୍)ର ଉତ୍ପାଦନ କ୍ଷମତାରେ ବୃଦ୍ଧି ଘଟିଥାଏ । ଯାହା ଓଜନ ହ୍ରାସରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ।
ମାଂସପେଶୀ ପାଇଁ ଉତ୍ତମ ଅଟେ : ଦୌଡ଼ିବା ମାଂସପେଶୀ ନିର୍ମାଣରେ ବହୁତ ସାହାଯ୍ୟ କରେ, ଯେମିତି ୱେଟ୍ ଟ୍ରେନିଂରେ ଫାଇଦା ମିଳେ। ଓଜନ ଟ୍ରେନିଂ ସମୟରେ ଆପଣ ଗୋଟିଏ ସମୟରେ ଶରୀରର ଗୋଟିଏ ଅଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିଥାନ୍ତି । ଅନ୍ୟପଟେ ଦୌଡ଼ିବାରେ ଗୋଟିଏ ସମୟରେ ଡର୍ଜନ ମାଂସପେଶୀ ଗୁଡ଼ିକର ଉପଯୋଗ ହୋଇଥାଏ , ଯେଉଁଥିରେ ମାଂସପେଶୀର ସୁରକ୍ଷା ପାଇଁ ଏହା ସବୁଠୁ ଉତ୍ତମ ଅଟେ ।
ମେଟାବଲିଜିମ୍ ବୁଷ୍ଟ କରିପାରେ :ଦୌଡ଼ିବାରେ ବହୁତ କମ୍ ସମୟରେ ବହୁତ ଅଧିକା କ୍ୟାଲୋରୀ ବର୍ନ ହୋଇଥାଏ । ଯେବେ ଆପଣ ସ୍ପ୍ରିଣ୍ଟ କରୁଛନ୍ତି ତ ଆପଣ ନିଜର ମେଟାବଲିଜିମ୍କୁ କିକ୍-ଷ୍ଟାର୍ଟ କରିଥାନ୍ତି, ଯେଉଁଥିରେ ଅଧିକ କ୍ୟାଲୋରୀ ବର୍ନ ହୋଇଥାଏ ।
ହାର୍ଟ ପାଇଁ ବହୁତ ଭଲ : ଦୌଡ଼ିବା ଆପଣଙ୍କ ହାର୍ଟ ପାଇଁ ବହୁତ ଭଲ ଫଳପ୍ରଦ ହୋଇଥାଏ । ଏହା ଆପଣଙ୍କର ବ୍ଲଡ୍ ପ୍ରେସରକୁ କମ୍ କରିବାରେ ସାହାଯ୍ୟ କରିପାରେ । ଯେବେ ଆପଣ ସ୍ପ୍ରିଣ୍ଟ କରୁଛନ୍ତି ତ ଆପଣଙ୍କର ହୃଦୟର କାର୍ଯ୍ୟକ୍ଷମତାରେ ସୁଧାର ଆସିବାରେ ସାହାଯ୍ୟ ମିଳିଥାଏ ଏବଂ ଏହି ପ୍ରକାରେ ଶରୀରରେ ବ୍ଲଡ୍ ସର୍କୁଲେସନ ଭଲ ହୋଇଥାଏ ।