ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ୱାଇ : କରୋନାର ଦ୍ୱିତୀୟ ଲହର ସାରା ଦେଶରେ ବେଶ୍ ଆତଙ୍କ ଖେଳାଇଛି । ମୁମ୍ଵାଇ, ଦିଲ୍ଲୀ ଭଳି ବଡ ବଡ ସହରରେ କରୋନାର ସ୍ଥିତି ଅଣାୟତ୍ତ ହୋଇଯାଇଛି । ଏହି ସମୟରେ ମୁମ୍ଵାଇରେ କର୍ଫ୍ୟୁ ଜାରି କରାଯାଇଛି । ଓ ଯାତାୟତ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ରଙ୍ଗର ଷ୍ଟିକର ଦେଖାଇବାକୁ ପଡୁଛି । ତେବେ ଏହି ସମ୍ଵନ୍ଧରେ ଲୋକମାନଙ୍କର କିଛି ପ୍ରଶ୍ନ ଥିଲେ ସେମାନେ ଟ୍ଵିଟ୍ ଯୋଗେ ସିଧାସଳଖ ମୁମ୍ଵାଇ ପୋଲିସ୍କୁ ପ୍ରଶ୍ନ ପଚାରି ପାରୁଛନ୍ତି ଓ ଉତ୍ତର ମଧ୍ୟ ପାଇପାରୁଛନ୍ତି ।
ତେବେ ଏଭଳି ଏକ ପ୍ରଶ୍ନର ମଜାଳିଆ ଢଙ୍ଗରେ ଉତ୍ତର ରଖିଛନ୍ତି ମୁମ୍ୱାଇ ପୁଲିସ୍ । ଯାହା ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇପାରିଛି । ଓ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୫ ହଜାର ଉପରେ ଲାଇକ୍ ପାଇ ସାରିଛି ।
ତେବେ ମୁମ୍ୱାଇ ବାସ କରୁଥିବା ଅଶ୍ୱିନ ବିନୋଦ ନିଜର ପ୍ରେମିକାଙ୍କୁ ଭେଟିବାକୁ ଚାହୁଁଥିଲେ । ସେ ମୁମ୍ଵାଇ ପୋଲିସ୍ କୁ ଟ୍ୟାଗ୍ କରି ଲେଖିଥିଲେ ଯେ ଘର ବାହାରକୁ ଯାଇ ନିଜର ପ୍ରେମିକାକୁ ଭେଟିବା ପାଇଁ ମୋତେ କେଉଁ ଷ୍ଟିକରର ବ୍ୟବହାର କରିବାକୁ ହେବ ? ମୋର ତା କଥା ବହୁତ ମନେପଡ଼ୁଛି । ଏହି ପ୍ରଶ୍ନର ପ୍ରତି ଉତ୍ତର ଦେଇ ମୁମ୍ୱାଇ ପୁଲିସ୍ ଲେଖିଛି କି, ଆମେ ବୁଝିପାରୁଛୁ ଏହା ଆପଣଙ୍କ ପାଇଁ ଆବଶ୍ୟକ ଅଛି । ସାର୍ , ହେଲେ ଦୁର୍ଭାଗ୍ୟବଶତଃ ଏହା ଆମର ଆବଶ୍ୟକ ବା ଜରୁରୀକାଳୀନ ସେବାର ଶ୍ରେଣୀ ଅନ୍ତର୍ଗତ ଆସୁନାହିଁ । ଦୂରତା ପ୍ରେମକୁ ବଢ଼ାଇବାରେ ସାହାଯ୍ୟ କରେ ଏବଂ ବର୍ତ୍ତମାନ ଏହି ଦୂରତା ଆପଣଙ୍କର ସ୍ୱାସ୍ଥ୍ୟକୁ ସୁସ୍ଥ ରଖୁଛି । ଆମେ ପ୍ରାର୍ଥନା କରୁଛୁ କି ଆପଣ ସାରା ଜୀବନ ସାଥିରେ ରୁହନ୍ତୁ । ଏହା ଏବେ ଏକ ଦୁଃଖଦ ସମୟ ଅଟେ ।
ଟ୍ୱିଟର ୟୁଜର ମୁମ୍ୱାଇ ପୁଲିସ୍ର ଏହି ପ୍ରତିକ୍ରିୟାରେ ବହୁତ ଖୁସ୍ ହୋଇଛନ୍ତି ଏବଂ ଖୁବ୍ ପ୍ରଶଂସା କରିଛନ୍ତି ଓ ୩୫ ହଜାର ଉପରେ ଲୋକ ଏହି ପ୍ରତିକ୍ରିୟାକୁ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।
We understand it’s essential for you sir but unfortunately it doesn’t fall under our essentials or emergency categories!
Distance makes the heart grow fonder & currently, you healthier
P.S. We wish you lifetime together. This is just a phase. #StayHomeStaySafe https://t.co/5221kRAmHp
— Mumbai Police (@MumbaiPolice) April 22, 2021