ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ସମୟରେ ବାହାରକୁ ବାହାରିବା ବା କୌଣସି ଜନଗହଳୀ ସ୍ଥାନକୁ ଯିବା ସବୁଠୁ ବଡ ବିପଦକୁ ଡାକି ଭଳି କାର୍ଯ୍ୟ ଅଟେ । ଏହି ସମୟରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଆଉ ବ୍ୟାଙ୍କ ଯାଇ ବିପଦ ଘରକୁ ଆଣିବାକୁ ପଡିବନି । କାରଣ ଦେଶର ସର୍ବବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଗ୍ରାହକମାନଙ୍କ ସୁବିଧା ନିମନ୍ତେ ଘରେ ବସି ଆକାଉଣ୍ଟ ଖୋଲିବା ପାଇଁ ସୁବିଧା ପ୍ରଦାନ କରିଛି । ଗତକାଲି ଅର୍ଥାତ୍ ଏପ୍ରିଲ ୨୩, ୨୦୨୧ରେ SBI କେୱାଇସି ଭିତ୍ତିକ ଭିଡିଓ ସେବା ଜାରି କରିଛି । ଯାହା ମାଧ୍ୟମରେ ସେଭିଙ୍ଗ ଆକାଉଣ୍ଟ ବା ସଞ୍ଚୟ ଆକାଉଣ୍ଟ ଖୋଲିହେବ ।
ତେବେ ଏହି ସବୁ ସହଜ ଷ୍ଟେପ୍କୁ ଅନୁସରଣ କରି ଆପଣ ଘରେ ବସି ଆକାଉଣ୍ଟ ଖୋଲି ପାରିବେ
- YONO ଆପ୍କୁ ଡାଉନ୍ଲୋଡ୍ କରନ୍ତୁ ।
- New to SBI ରେ କ୍ଲିକ୍ କରନ୍ତୁ
- Insta Plus Saving Account କୁ ଚୟନ କରନ୍ତୁ ।
- ଆଧାର କାର୍ଡର ତଥ୍ୟ ଦିଅନ୍ତୁ
- ଏହାପରେ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ
- KYC ପ୍ରେସେସ୍ ପାଇଁ ଭିଡିଓ କଲ୍ କରିବାକୁ ପଡିବ
- KYC ସଠିକ୍ ଭାବେ ଶେଷ ହୋଇଗଲେ, ଆକାଉଣ୍ଡ ଖୋଲିଯିବ ।