ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଅକ୍ସିଜେନ ଓ କୋଭିଡ୍ ଟିକା ଶସ୍ତା ହେବାକୁ ଯାଉଛି । କୋଭିଡ୍ ମହମାରୀ ସମୟରେ ଅକ୍ସିଜେନର ସଙ୍କଟ ସବୁଠୁ ବଡ ବିପଦ ସୃଷ୍ଟି କରିଛି । ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଭାବ ଯୋଗୁ ଅନେକ ରୋଗୀଙ୍କ ମୃତ୍ୟୁ ଘଟୁଛି । ତେବେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ଅକ୍ସିଜେନ୍ ଓ ଅକ୍ସିଜେନ୍ର ବିଭିନ୍ନ ସାମଗ୍ରୀ ଉପରେ ଶୁଳ୍କ ଛାଡ କରାଯାଇଛି । ୩ ମାସ ପର୍ଯ୍ୟନ୍ତ ଏହି ସମସ୍ତ ଜିନିଷ ଉପରେ କଷ୍ଟମ ଡ୍ୟୁଟି ଲାଗିବନି । ଯାହା ଫଳରେ ଏହି ଜିନିଷ ଗୁଡିକ ଶସ୍ତା ହେବ ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଉକ୍ତ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପୀୟୁଷ ଗୋଏଲ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ଏମ୍ସ ଡାଇରେକ୍ଟର ରଣଦୀପ ଗୁଲେରିଆ ବୈଠକରେ ଉପସ୍ଥିତ ଥିଲେ ।ଏହି କର ଛାଡ ହେବା ଦ୍ଵାରା ଏସବୁ ଜିନିଷ ଗୁଡିକ ଶସ୍ତା ଓ ସୁଲଭରେ ମିଳିପାରିବ ।
At the high-level meeting, key decisions of waiving customs duty on oxygen and oxygen related equipment & COVID-19 vaccines were taken. https://t.co/TgorIafqw6
— Narendra Modi (@narendramodi) April 24, 2021