ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମନ୍ଦିରରେ ସେବାୟତଙ୍କ ଦ୍ଵାରା ରିତୀନୀତି ଓ ପୂଜା କାର୍ଯ୍ୟ ଜାରି ରହିବ । ତେବେ ଆଜି ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ବହୁ ସେବାୟତ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ କରିବା ପାଇଁ ଦାବି କରିଥିଲେ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତି ଛତିଶା ନିଯୋଗ ବୈଠକରେ ନିଆଯାଇଛି ।
1. Shree Jagannatha Temple will remain closed for Darshan of Lords by the public till 15/05/21. All the daily rituals will continue with help of Sevayats and temple officials.
— Shree Jagannatha Temple Office, Puri (@SJTA_Puri) April 24, 2021