ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ବର୍ଦ୍ଧିତ ହାରକୁ ଦୃଷ୍ଟିରେ ରଖି କଟକରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଥିପାଇଁ କଟକ ସହରର ୧୨ଟି ହୋଟେଲ ସହ ଚୁକ୍ତି କରିଛି ସିଏମ୍ସି । ଏଥିପାଇଁ ଦିନକୁ ଦର ଧାର୍ଯ୍ୟ ମଧ୍ୟ କରାଯାଇଛି ।
ହୋଟେଲର ବିଭିନ୍ନ ସୁବିଧା ଅନୁସାରେ ଦର ଅଲଗା ଅଲଗା ପ୍ରକାର ରହିଛି । ସହରର ଅନ୍ୟ କୌଣସି ହୋଟେଲ୍ ଯଦି କ୍ୱାରେଣ୍ଟାଇନ୍ ସେବାରେ ହୋଟେଲକୁ ବିନିଯୋଗ କରିବାକୁ ଚାହାନ୍ତି ତେବେ ସେମାନେ ସିଏମ୍ସି କଣ୍ଟ୍ରୋଲ୍ ରୁମ୍ (୭୦୭୭୭୭୫୫୫୫) ରେ ଯୋଗାଯୋଗ କରିପାରିବେ ବୋଲି ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
 
କୋଭିଡ଼୍ର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସିଏମସି କୋଭିଡ଼୍ ପରିଚାଳନା କମିଟି ପକ୍ଷରୁ ଚିହ୍ନଟ କରାଯାଇଥିବା ନିମ୍ନଲିଖିତ ହୋଟେଲ୍ଗୁଡ଼ିକରେ ଦେୟ କ୍ୱାରେଣ୍ଟାଇନ୍ ସୁବିଧା ଉପଲବ୍ଧ ରହିଛି ।
ଏହି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସିଏମ୍ସି ଅନ୍ତର୍ଗତ ଅଞ୍ଚଳରେ ଯେଉଁ ହୋଟେଲ୍ଗୁଡ଼ିକ ସକ୍ରିୟ ଅଛନ୍ତି ସେଗୁଡ଼ିକୁ ଚିହ୍ନଟ କରାଯାଇଛି । https://t.co/K8x0DSE8la— CMC,Cuttack (@CMCCuttack) April 23, 2021
;