ସନ୍ଷ୍ଟାର ଟିଭି ବ୍ୟୁରୋ
କାଇରୋ: ଭାରତରେ କୋରନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କୁଏତ୍ ସରକାର ଭାରତ- କୁଏତ୍ ମଧ୍ୟରେ ବିମାନ ସେବାକୁ ରଦ୍ଧ କରିଛନ୍ତି ।ଭାରତରୁ ଯାଉଥିବା ସମସ୍ତ ଯାତ୍ରୀବାହୀ ବିମାନ ସେବା ଅନିର୍ଦ୍ଧିଷ୍ଟ କାଳ ଯାଏ ବାତିଲ କରାଯାଇଛି । ଆଜିଠୁ ଏହି ନିର୍ଦ୍ଦେଶ ଲାଗୁ ହେବାକୁ ଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶାନାମା ଆସିବା ଯାଏ ଏହା ବଳବତ୍ତର ରହିବ ।
କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ସିଧାସଳଖ ଭାରତରୁ କିଂବା ଅନ୍ୟ ଦେଶ ଦେଇ ଆସୁଥିବା ଯାତ୍ରୀମାନେ କୁଏତ୍ରେ ପ୍ରବେଶ କରି ପାରିବେ ନାହିଁ। ଅବଶ୍ୟ ଭାରତରୁ ଆସି ୧୪ ଦିନ ଅନ୍ୟ କୌଣସି ଦେଶରେ ବିତାଇବା ପରେ ସଂକ୍ରମଣର ଲକ୍ଷଣ ନ ଥିବା ଯାତ୍ରୀମାନଙ୍କୁ କୁଏତ୍ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ପ୍ରକାଶ ପାଇଥଇଭଆ ବିବୃତିରେ ଉଲ୍ଲେଖ ଅଛି । ତେବେ ପୂର୍ବରୁ ମଧ୍ୟ କରୋନା ସ୍ଥିତିକୁ ଅନୁଧ୍ୟାନ କରି ସଂଯୁକ୍ତ ଆରବ ଏମିରେଟ୍ସ୍ ଏବଂ କାନାଡା ମଧ୍ୟ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନ ଉପରେ ରୋକ୍ ଲଗାଇଥିଲେ ।