ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡିଶାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ହେବ ସଂକ୍ରମଣ ସଂଖ୍ୟା ୬ ହଜାର ଉପରେ ରହିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୪୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କ୍ଵାରେଣ୍ଟାଇନ୍ ରେ ୩୮୫୫ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ୨୭୯୨ ରହିଛି ।
ତେବେ ଆଜି ମଧ୍ୟ ସର୍ବାଧିକ ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି ।ତେବେ ଏଠାରେ ୧୧୮୯ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ସୁନ୍ଦରଗଡ଼ରୁ ୭୮୮ ଏବଂ ନୂଆପଡ଼ାରୁ ୫୫୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁରୀରୁ ୩୯୫ଜଣ, କଳାହାଣ୍ଡିରୁ ୩୬୧ଜଣ, ଝାରସୁଗୁଡ଼ାରୁ ୩୪୩ଜଣ ,କଟକରୁ ୩୩୬ଜଣ, ବରଗଡ଼ରୁ ୨୯୦, ବଲାଙ୍ଗୀରରୁ ୨୩୪ଜଣ, ଅନୁଗୁଳରୁ ୧୪୧ଜଣ, ବାଲେଶ୍ବରରୁ ୫୩ଜଣ, , ଭଦ୍ରକରୁ ୪୧ଜଣ, , ବୌଦ୍ଧରୁ ୩୯ଜଣ, , ଦେଓଗଡ଼ରୁ ୩୪ଜଣ, ଢ଼େଙ୍କାନାଳରୁ ୩୪ଜଣ, ଗଜପତିରୁ ୯୬ଜଣ, ଗଞ୍ଜାମରୁ ୧୬୧ଜଣ, ଜଗତସିଂହପୁରରୁ ୬୫ଜଣ, ଯାଜପୁରରୁ ୧୩୩ଜଣ, , , କନ୍ଧମାଳରୁ ୨୬ଜଣ, କେନ୍ଦ୍ରାବଡ଼ାରୁ ୪୭ଜଣ, କେନ୍ଦୁଝରରୁ ୧୮୩ଜଣ,କୋରାପୁଟରୁ ୬୭ଜଣ, ମାଲକାନଗିରିରୁ ୧୭ଜଣ, ମୟୂରଭଞ୍ଜରୁ ୧୨୨ଜଣ, ନବରଙ୍ଗପୁରରୁ ୨୨୪ଜଣ, ନୟାଗଡ଼ରୁ ୧୧୦ଜଣ, , ରାୟଗଡ଼ାରୁ ୧୧୬ଜଣ, ସମ୍ବଲପୁରରୁ ୧୭୫ଜଣ, ସୋନପୁରରୁ ୨ଜଣ, ଏବଂ ଷ୍ଟେଟ ପୁଲରୁ ୨୬୬ଜଣ ସଂକ୍ରମିତ ରହିଛନ୍ତି।
ଏହା ସହ ଆଜି ମଧ୍ୟ ୮ଜଣଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗୀର, କଟକ ଏବଂ ନୂଆପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୮୧ କୁ ବୃଦ୍ଧି ପାଇଛି ।