ସନ୍ ଷ୍ଟାର୍ ଟିଭି ବ୍ୟୁରୋ
କରୋନା ସମୟରେ ରାସନକାର୍ଡ ଉପଭୋକ୍ତା ମାନଙ୍କୁ ମାଗଣାରେ ଡାଲି, ଚାଉଳ, ଗହମ ଯୋଗାଇ ଦେବା ପାଇଁ ସରକାର ନିଷ୍ପତି ନେଇଥିଲେ ।ଏବେ ସରକାର ଆଉ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏବେ ଗୁରୁତର ରୋଗୀଙ୍କୁ ରାସନକାର୍ଡ ଉପଲବ୍ଧ କରାଇବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦେଶର କିଛି ରାଜ୍ୟର ରାଜ୍ୟ ସରକାର ଗୁରୁତର ରୋଗରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ରାସନକାର୍ଡ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି । ତେବେ ଗରିବ ସୀମାରେଖା ତଳେ ଥିବା କ୍ୟାନସର, କୃଷ୍ଠ ଏବଂ ଏଡସ ଭଳି ବହୁ ଦୁସାଧ୍ୟ ରୋଗରେ ଶିକାର ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ବି ଏବେ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦେବେ ରାଜ୍ୟ ସରକାର । ତେବେ ପ୍ରଥମ ରାଜ୍ୟ ଭାବେ ଝାଡଖଣ୍ଡର ହେମନ୍ତ ସୋରେନ ସରକାର ଏହାକୁ ଲାଗୁ କରିଛନ୍ତି ।
ଉଭୟ ଅନଲାଇନ ଏବଂ ଅଫଲାଇନରେ ରାସନକାର୍ଡ ପାଇଁ ଆବେଦନ କରିପାରିବେ ।
ତେବେ ରାସନକାର୍ଡ ଭାରତ ସରକାରଙ୍କ ଦ୍ୱାରା ଏକ ସ୍ୱୀକୃତିପ୍ରାପ୍ତ ସରକାରୀ ଡକ୍ୟୁମେଂଟ । ରାସନକାର୍ଡ ସହାୟତାରେ ଗରିବ ଅସହାୟ ପରିବାର ପିଡିଏସ ଆଧାରରେ ଉଚିତ ଦାମରେ ଦୋକାନରୁ ବଜାର ମୂଲ୍ୟଠାରୁ ବହୁତ କମ ଦରରେ କିଣିପାରିବେ । ତେବେ ରାସନକାର୍ଡ ପାଇଁ ଆଇଡି ପ୍ରୁଫ୍ ଭାବରେ ଆଧାର କାର୍ଡ, ବ୍ୟାଙ୍କ ଖାତା, ଭୋଟର ଆଇଡି କାର୍ଡ, ପାସପୋର୍ଟ, ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୌଣସି ବି ପରିଚୟ ପତ୍ର, ହେଲଥ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି ମଧ୍ୟରୁ କୌଣସି ଗୋଟିଏ ପ୍ରମାଣପତ୍ର ଦେଖାଇ ରାସନକାର୍ଡ ତିଆରି କରିପାରିବେ ।