ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । କରୋନାର ଦ୍ଵିତୀୟ ଲହରରେ ସଂକ୍ରମଣ ମଧ୍ୟ ଦ୍ରୁତ ବେଗରେ ରହିଛି । ତେବେ ଏହା ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି । ରେମଡେସିଭିର ଓ ଫ୍ୟାଭିପିରବିର ଭଳି ଔଷଧର ସାହାଯ୍ୟରେ କୋଭିଡ୍ର ପ୍ରାରମ୍ଭରେ ରୋଗୀଙ୍କର ଚିକିତ୍ସା କରାଯାଉଛି । ଏବେ ଆଉ ଏକ ଔଷଧକୁ ଏମରଜେନ୍ସି ବ୍ୟବହାର ପାଇଁ ମଞ୍ଜୁରୀ ମଳିଛି । କୋଭିଡ୍ ମେଡିସିନ୍ ଭିରାଫିନକୁ ମାନବ ଦେହରେ ବ୍ୟବହାର ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଛି ।ତେବେ ଜାଏଡସ୍ କାଡିଲା ଏହି କୋଭିଡ୍ ମେଡିସିନ୍ ‘ଭିରାଫିନ୍’କୁ ପ୍ରସ୍ତୁତ କରିଛି ।
ଶୁକ୍ରବାର ଫାର୍ମା କମ୍ପାନୀ ଜାଇଡସ୍ ଏକ ବାର୍ତ୍ତାରେ କହିଛି ତାର Pegylated Interferon alpha-2b, Virafin କୁ ଭାରତୀୟ ଡ୍ରଗ୍ସ ନିୟାମକ ସଂସ୍ଥା ଡିସିଜିଆଇରୁ ଏମରଜେନ୍ସି ବ୍ୟବହାର ପାଇଁ ଅନୁମତି ମିଳିସାରିଛି। ଏଥିରେ ବୟସ୍କ ବ୍ୟକ୍ତିଙ୍କର କୋଭିଡ୍ର ଅଳ୍ପ ସଂକ୍ରମଣ ହୋଇଥିଲେ ଚିକିତ୍ସା କରାଯାଇ ପାରିବ ।