ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବଢୁଥିବା ବେଳେ ଅକ୍ସିଜେନ୍ର ଅଭାବ ଚିନ୍ତାର କାରଣ ସାଜିଛି । ଯେଉଁଥି ପାଇଁ ଦିଲ୍ଲୀକୁ ଅଧିକରୁ ଅଧିକ ଅକ୍ସିଜେନ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ନିବେଦନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇଛି । କରୋନା ସଂକ୍ରମଣ ଅଧିକ ଥିବା ୧୦ ଟି ରାଜ୍ୟ ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, କେରଳ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ବି ଏହି ବୈଠକରେ ସାମିଲ ରହିଛନ୍ତି ।
ମୋଦିଙ୍କ ଗୋଟିଏ ଫୋନ୍ କଲରେ ଦିଲ୍ଲୀର ଅକ୍ସିଜେନ୍ ସମସ୍ୟା ସମାଧାନ ହୋଇଯିବ ବୋଲି କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ କହିଛନ୍ତି । ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ହେଇ ମଧ୍ୟ ସେ କିଛି କରିପାରୁନାହାନ୍ତି । ପ୍ରଧାନମନ୍ତ୍ରୀ ଦିଲ୍ଲୀ ପାଇଁ ତୁରନ୍ତ ଅକ୍ସିଜେନ ବ୍ୟବସ୍ଥା କରିବା ଉଚିତ୍ ।