ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନ ଆଜି ଦିନ ୧୧ଟା ଠାରୁ ହିଁ ଆରମ୍ଭ ହୋଇସାରିଛି । ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟ ଆଜି ଆଗତ କରାଯିବ ।
ଅନ୍ୟ ପକ୍ଷରେ ଏହି ଅଧିବେଶନ ବେଶ୍ ସରଗରମ ହୋଇପାରେ । ବିଭିନ୍ନ ବିଷୟକୁ କେନ୍ଦ୍ର କରି ବିରୋଧି ଦଳ କଂଗ୍ରେସ ଓ ବିଜେପି ପ୍ରଥମ ଦିନରୁ ହିଁ ସରକାରଙ୍କୁ ଘେରି ପାରନ୍ତି ।ବୀରମିତ୍ରପୁର ଓ ପୁରୀ ହାଜର ମୃତ୍ୟୁ ମାମଲା, ଭୁବନେଶ୍ବରରେ ନାବାଳିକା ଗଣଦୁର୍ଷମ ମାମଲା, କଟକ ଲୁଟ ମାମଲା, ଧାନ କିଣାରେ ଅନିୟମିତତା, ବେକାରୀ ଏହିପରି ଅନେକ ପ୍ରସଙ୍ଗକୁ ମୁଦ୍ଦା କରି ଆଜି ବିଧାନସଭା ଗୃହରେ ସରକାରଙ୍କ ଉପରେ କମ୍ପିବେ ବିରୋଧି ।
ସରକାର ମଧ୍ୟ ୧୦ଟି ବିଲ ଆଣୁଥିବାରୁ ଅଧିବେଶନ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇପାରେ ।ସମ୍ପୁର୍ଣ୍ଣ କରୋନା କଟକଣା ମଧ୍ୟରେ ହେବାକୁ ଥିବା ଅଧିବେଶନ ର ପ୍ରଥମ ଦିନରେ ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ , କାର୍ତ୍ତିକେଶ୍ବର ପାତ୍ର ଓ ସହିଦ କୋଭିଡ ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆସିବ ।
ଦୈନିକ ସାଢେ ୪ ଘଂଟା ଚାଲିବ ଗୃହ କାର୍ଯ୍ୟ । ଆସନ୍ତା ୨୦ରୁ ଡିସେମ୍ବର ୩୧ ଯାଏଁ ଚାଲିବ ଶୀତକାଳୀନ ଅଧିବେଶନ ।ଶନିବାର ଓ ରବିବାର ମଧ୍ୟ ବନ୍ଦ ରହିବନି ଗୃହ କାର୍ଯ୍ୟ । ଅଧିବେଶନ ପ୍ରଥମ ଦିନ ୧୧ଟାରେ ଆରମ୍ଭ ହେବ ଓ ଅନ୍ୟ ଦିନ ଗୁଡିକ ସକାଳ ୧୦.୩୦ରୁ ଅପରାହ୍ନ ୧ଟା ଓ ଅପରାହ୍ନ ୩ଟାରୁ ୫ଟା ଯାଏଁ ଚାଲିବ ।ଭିଡିଓ କନ୍ଫରେନ୍ସ୍ ଜରିଆରେ ମଧ୍ୟ ବିଧାନସଭା ସଭ୍ୟମାନେ ଆଲୋଚନାରେ ଭାଗ ନେଇପାରିବେ ।
ଏହି ଅଧିବେଶନକୁ ସମ୍ପୁର୍ଣ୍ଣ ପେପରମୁକ୍ତ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି ।