ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ : ପ୍ରଥମ ଭାରତୀୟ ସଂଗୀତ ଭାବେ ଇମ୍ରାନ୍ ହାସମୀଙ୍କ ‘ଲୁଟ୍ ଗୟେ’ ସଙ୍ଗୀତ ନୂତନ ରେକର୍ଡର ଅଧିକାରୀ ହୋଇପାରିଛି । ମାତ୍ର ୨ ମାସ ଭିତରେ ଏହି ମ୍ୟୁଜିକ ଭିଡ଼ିଓକୁ ପାଖାପାଖି ୟୁଟ୍ୟୁବ୍ରେ ୫୦୦ ମିଲିୟନ୍ ଭ୍ୟୁଜ୍ ମିଳିଛି । ଯାହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଏହି ସଙ୍ଗୀତର ଆକ୍ଟର ଇମ୍ରାନ ଓ ଟାଲେଣ୍ଟେଡ୍ ସିଙ୍ଗର ଜୁଭିନ୍ ନଟିୟାଲ୍ । ଉଭୟ ସୋସିଆଲ ମିଡିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ।
ଜୁବିନ୍ ପୋଷ୍ଟ କରି ଲେଖିଛନ୍ତି, ‘ମୋ କ୍ୟାରିୟରର ସବୁଠୁ ସ୍ପେଶାଲ ଗୀତ । ଲୁଟ୍ ଗୟେ ବର୍ତ୍ତମାନ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି । ଏହା ହେଉଛି ପ୍ରଥମ ହିନ୍ଦୀ ଗୀତ, ଯାହା ୟୁଟ୍ୟବ୍ରେ ୬୦ ଦିନରେ ୫୦୦ ମିଲିୟନ ଭ୍ୟୁଜ୍ ପାଇଛି ।‘ #LoveYouToDeath.
&
#BhushanKumar‘s @TSeries #LutGaye with @emraanhashmi and @JubinNautiyal hit another record; reaches 500 million views in 60 dayshttps://t.co/S3dpRpKrWX
— BollyHungama (@Bollyhungama) April 20, 2021
;
ଇମରାନ୍ ହାସମୀ ମଧ୍ୟ ସୋସିଆଲ୍ ମିଡିଆରେ ଏହି ରେକର୍ଡକୁ ନେଇ ନିଜର ଖୁସି ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ‘ପ୍ରକୃତରେ ଗର୍ବ ଏବଂ ସମ୍ମାନର ଏକ ମୁହୂର୍ତ୍ତ ।‘
View this post on Instagram