ସନ୍ଷ୍ଟାର ଟିଭି ବ୍ୟୁରୋ
ପିପିଲି: ପିପିଲି ଉପନିର୍ବାଚନ ପାଇଁ ମତଦାନ ଦିବସର ତାରିଖ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏହି ମତଦାନ ପ୍ରକ୍ରୀୟା ମେ ୧୩ ରେ ହେବାକୁ ଥିବା ବେଳେ ବର୍ତ୍ତମାନ ଏହା ମେ ୧୬ ରେ ହେବ । ମେ ୧୩ରେ ଇଦ୍- ଉଲ୍-ଫିତର ପଡୁଥିବା କାରଣରୁ ଏହି ତାରିଖରେ ପରିବର୍ତ୍ତନ ଅଣାଯାଇଛି । ତେବେ ଭୋଟ ଗଣତି ପ୍ରକ୍ରୀୟା ୧୯ ରେ କରାଯିବ । କୋଭିଡ୍ ନିୟମକୁ ପାଳନ କରାଯାଇ ଏହି ମତଦାନ କାର୍ଯ୍ୟ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।ଏଥିସହିତ ନିର୍ବାଚନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ବନ୍ଦ ରହିବ। ୧୩ ତାରିଖ ସନ୍ଧ୍ୟାରୁ ପ୍ରଚାର କାର୍ଯ୍ୟ, ସଭା ସମିତି ଏଗୁଡିକୁ ବନ୍ଦ କରାଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ କିଛି ଦିନ ପାଇଁ ସ୍ଥଗିତ ରହିଥିଲା । ତେବେ କଂଗ୍ରେସ ପକ୍ଷରୁ ଦିବ୍ୟଙ୍ଗତ ଅଜିତ ମଙ୍ଗରାଜଙ୍କ ପରିବାରର ଜଣେ ସଦସ୍ୟଙ୍କୁ ପ୍ରାର୍ଥୀ କରିବାକୁ ଇଚ୍ଛୁକ ବୋଲି ସୂଚନା ମିଳିଛି । କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନଥିବା ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ମହାରଥି ଓ ବିଜେପି ପକ୍ଷରୁ ଆଶ୍ରୀତ ପଟ୍ଟନାୟକ ପିପିଲି ଉପନିର୍ବାଚନରେ ଛିଡା ହୋଇଛନ୍ତି ।