ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ହେଉଛି ପୃଥିବୀ ଦିବସ । ୨୨ ଏପ୍ରିଲ ତଥା ଆଜିର ଦିନରେ ସାରା ବିଶ୍ଵରେ ପୃଥିବୀ ଦିବସ ପାଳନ କରାଯାଏ । ଏହି ଦିବସରେ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ଏକ ସୁନ୍ଦର ଡୁଡଲ ବନାଇଛି ଯାହା ଦ୍ଵାରା ବିଶ୍ଵବାସୀଙ୍କ ନିକଟକୁ ଏକ ସୁନ୍ଦର ବାର୍ତ୍ତା ପହଞ୍ଚି ପାରୁଛି ।
ସେହି ଡୁଡ୍ଲରେ ଏକ ଭିଡିଓ ରହିଛି । ଯେଉଁ ଭିଡିଓରେ ଲୋକମାନଙ୍କୁ ପରିବେଶ ପ୍ରତି ସଚେତନ ହେବାକୁ ଓ ବୃକ୍ଷରୋପଣ କରିବାର ଗୁରୁତ୍ଵକୁ ଦେଖାଇଛି । ମଣିଷ ନଥିଲେ ମଧ୍ୟ ଗଛ ରହିଥାଏ ବୋଲି ଏହି ଭିଡିଓରେ ଦେଖିବାକୁ ମିଳିଛି । ୪୦ ସେକେଣ୍ଡର ଏହି ଭିଡିଓଟି ବେଶ୍ ହୃଦୟସ୍ପର୍ଶୀ ହୋଇଛି । ୧୯୭୦ ମସିହାରେ ଆଜିର ଦିନରେ ପ୍ରଥମେ ଆମେରିକାରେ ଏହି ଦିବସ ପାଳନ କରାଯାଇଥିଲା ।