ସନ୍ଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ବହୁଚର୍ଚ୍ଚିତ ରମାଦେବୀ ବିଶ୍ଵବିଦ୍ୟାଳୟର ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି । ଟଙ୍କା ପାଇଁ ଝରାଫୁଲର ହତ୍ୟା କରାଯାଇଛି ବୋଲି ପ୍ରେସ ମିଟ୍ ଜରିଆରେ ଯାଜପୁର ପୋଲିସ୍ ସୂଚନା ଦେଇଛନ୍ତି । ଓ ଏହି ହତ୍ୟା ଝରାଫୁଲର ପୁରୁଷବନ୍ଧୁ ରାକେଶ କରିଛି ବୋଲି ପୋଲିସ ସ୍ପଷ୍ଟ କରିଛି । ତେବେ ସୂଚନା ଅନୁଯାୟୀ ଝରାଫୁଲଠାରୁ ରାକେଶ ୩୦ ହଜାର ଟଙ୍କା ଧାର ନେଇଥିଲା । ସେହି ଟଙ୍କାକୁ ନ ଫେରାଇବାରୁ ଟଙ୍କା ଫେରାଇବାରୁ କହିଥିଲା ଝରାଫୁଲ । ଟଙ୍କା ନ ଫେରାଇଲେ ଘରେ କହିଦେବାକୁ ଧମକ ମଧ୍ୟ ଦେଇଥିଲା ଝରାଫୁଲ । ତେବେ ଟଙ୍କା ନ ଫେରାଇ ଝରାଫୁଲକୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିଲା ରାକେଶ ।
ଜାନୁଆରୀ ୨୬ ତାରିଖରେ ହୋଟେଲକୁ ଆଣି ତାକୁ ମଦ ପିଆଇ ଥିଲା ରାକେଶ । ଝରାଫୁଲ ନିଶାଶକ୍ତ ଥିଲା ବେଳେ ତାର ଶ୍ଵାସ ରୁଦ୍ଧ କରି ତାକୁ ମାରିଦେଇଥିଲା ରାକେଶ । ଏହାପରେ ଭୋର୍ ସମୟରେ ମୃତ ଦେହକୁ ଯାଜପୁରର ଏକ ରାସ୍ତା କଡରେ ଫିଙ୍ଗି ଦେଇଥିଲା । ଏହି ମୃତ ଦେହକୁ ଫିଙ୍ଗିବାରେ ତାକୁ ସାହାଯ୍ୟ କରିଥିଲା ତା ବନ୍ଧୁ ଶକ୍ତି ଶେଖର । ତେବେ ଏହି ଗୁମର ରାକେଶ ପୋଲିସ ସାମ୍ନାରେ ନିଜେ କହିଛି ବୋଲି ସୂଚନା ଦେଇଛନ୍ତି ଯାଜପୁର ପୋଲିସ ।